ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର । ଚନ୍ଦ୍ର – ମକର ଅହୋରାତ୍ର ,ତିଥି- ୨ୟା ଦିବା ୦୮. ୨୪ ଗତେ ୩ ୟା ,ଘାତ ଚନ୍ଦ୍ର- ସିଂହ ଅହୋରାତ୍ର ,ଘାତ ବାର – ମେଷ ,ପୁଷ୍କର ଦୋଷ – ୩ ପାଦ- ପଶୁ - ବଂଶହାନି- ଭୁମି, ଅନ୍ନ ଓ ତିଳକାଞନ ଦାନ ଦିବା ୦୮. ୨୪ ଗତେ ୨ ୟା ।
ବିଶାଖା – ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଖୁବ୍ ଭଲ ରହିବ । କାରବାର ବିସ୍ତାର କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବଅନ୍ୟ ମନସ୍କତା ଓ ଆଘାତପ୍ରାପ୍ତିର ଆଶଙ୍କା ରହିଛି । କରିଥିବା କର୍ମ ପାଇଁ ସମ୍ମାନିତ ହେବେ ସହିତ ଦକ୍ଷତା ପ୍ରତିପାଦିତ କରିବେ । ସରକାରୀ ସାହାର୍ଯ୍ୟରୁ ଅର୍ଥ ଲାଭ ହୋଇପାରେ । ପଡୋଶୀ ସବୁ ପାସୋରି ବନ୍ଧୁତାର ହାତ ବଢାଇବେ । ବ୍ୟବସାୟରେ ନୂଆ ଯୋଜନା କରିବେ ।
ଅନୁରାଧା – ବେପାର ବୃତିରେ ସଫଳତା ହାସଲ କରିବେ । ରାଜନୈତିକ ପୃଷ୍ଟ ପୋଷକତା ଲାଭ କରିବେ । ଛାତ୍ରଛାତ୍ରି ଗୁରୁଜନଙ୍କ ଠାରୁ ଭଲ ପରାମର୍ଶ ପାଇବେ ଭୂମି ଲାଭର ସୂଚନା ମିଳିବ । ଅଫିସ୍ରେ ବଡ ଅଧିକାରୀ ମାନଙ୍କର ସହଯୋଗ ପାଇବେ । ପଡୋଶିଙ୍କ ସହ ଦିବାଦ ଦେଖା ଦେଇପାରେ । ଗୁପ୍ତ ଧନର ସନ୍ଧାନ ପାଇ ପାରନ୍ତି
ଜ୍ୟେଷ୍ଠା – କଚେରୀ ମାମଲା ମାନସିକ ସ୍ଥିତିକୁ ବିଗାଡି ଦେଇପାରେ । ମହିଳା ମାନେ ନିଜର ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ । ଖବରଦାତା, ଆୟନଜ୍ଞ ମାନେ ବିଶେଷ ଉପକୃତ ହେବେ । ରାଜନୀତିରେ ବିରୋଧିଙ୍କ ପ୍ରତି ସାବଧାନ ରୁହନ୍ତୁ l ସଭା ସମିତି ପ୍ରଭୁତିରୁ ଅଶ୍ୱସ୍ଥି ଲାଭ କରିବେ lସାମ୍ବାଦିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ମାନଙ୍କ ପାଇଁ ଭଲ ସମୟ ଆସିପାରେ ।
ପ୍ରତିକାର – ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯