ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର । ଚନ୍ଦ୍ର – ମକର ଅହୋରାତ୍ର ,ତିଥି- ୨ୟା ଦିବା ୦୮. ୨୪ ଗତେ ୩ ୟା ,ଘାତ ଚନ୍ଦ୍ର- ସିଂହ ଅହୋରାତ୍ର ,ଘାତ ବାର – ମେଷ ,ପୁଷ୍କର ଦୋଷ – ୩ ପାଦ- ପଶୁ - ବଂଶହାନି- ଭୁମି, ଅନ୍ନ ଓ ତିଳକାଞନ ଦାନ ଦିବା ୦୮. ୨୪ ଗତେ ୨ ୟା ।
ଚିତ୍ରା – ବନ୍ଧୁତ୍ୱର ସମ୍ପର୍କରେ ଉନ୍ନତି ଆସିବ । କର୍ମ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କର ପ୍ରିୟଭାଜନ ହେବେ । ଶାରୀରିକ କଷ୍ଟ ଦୂର ହେବ। ସରକାରୀ ସ୍ଥରରେ କେତେକ ସୁବିଧା ପାଇବା ହେତୁ ଖୁସି ରହିବେ । ନୃତ୍ୟ ବାଦି କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି l ମନବଳ ଟାଣ ରହିବ ଓ ଖୁବ ଜିଦଘୋର ରହିବେ l କର୍ମ କ୍ଷେତ୍ରରେ ଧୀରେ ସୁସ୍ତେ ଗତିକରି ସଫଳତା ହାସଲ କରିବେ l
ସ୍ୱାତୀ – ରାଜନୀତିରେ ସଫଳତା ପାଇ ପାରନ୍ତି । ବ୍ୟବସାୟରେ ରୋଜଗାର ବୃଦ୍ଧି ଓ ଅନ୍ୟର ସହଯୋଗ ମିଳିବ । ପିଲାମାନଙ୍କ ସହ ଖୁସିରେ ସମୟ କଟାଇବେ। କଳକାରଖାନା ବ୍ୟବସାୟରେ ଉନ୍ନତି ଘଟିବ । ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ l ଅଫିସରୁ ଆସିଲା ବେଳେ ନିଜ ମନ ପସନ୍ଦ ର ଜିନିଷ ଟିଏ କିଣିକି ଆଣିବାରେ ସମର୍ଥ ହେବେ l
ବିଶାଖା – ଧନ ସଂମ୍ପତି ବୃଦ୍ଧି ହୋଇପାରେ । ମହିଳା ମାନେ ବିଶ୍ୱାସୀ ହେବେ ।ଗାଡିମଟର କ୍ରୟ କରିବାର ଅଭିଳାଷା ପୂରଣ ହେବ l ଆଜି ଘରର ଅଶାନ୍ତି ପରିବେଶ କେତେକାଂଶରେ ଶାନ୍ତ ପଡି ଯାଇପାରେ l ମନ ବୁଝିବାଭଳି କଥା କହି ବନ୍ଧୁଙ୍କୁ ଆପଣେଇବେ। ପାରିବାରିକ ମାମଲାକୁ ଅଣଦେଖା କରନ୍ତୁ ନାହିଁ । କର୍ମ ନିଯୁକ୍ତି ଓ ସରକାରୀ ସହୟତା ପ୍ରଭୂତି ପାଇବେ ।
ପ୍ରତିକାର – ଶ୍ରୀ ଭାର୍ଗବୀଙ୍କ ଫଟକୁ ପୂଜା କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬