ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର । ଚନ୍ଦ୍ର – ମକର ଅହୋରାତ୍ର ,ତିଥି- ୨ୟା ଦିବା ୦୮. ୨୪ ଗତେ ୩ ୟା ,ଘାତ ଚନ୍ଦ୍ର- ସିଂହ ଅହୋରାତ୍ର ,ଘାତ ବାର – ମେଷ ,ପୁଷ୍କର ଦୋଷ – ୩ ପାଦ- ପଶୁ - ବଂଶହାନି- ଭୁମି, ଅନ୍ନ ଓ ତିଳକାଞନ ଦାନ ଦିବା ୦୮. ୨୪ ଗତେ ୨ ୟା ।
ଉ , ଫାଲଗୁନୀ – ମାନସିକ ଦୁଃଚିନ୍ତା ଲାଗି ରହିବ । ପ୍ରେମ ଜୀବନ ମଧୁରମୟ ରହିବ । କର୍ମ କରିବା ଶୈଳିରେ ପରିବର୍ତନ ଆଣିବେ ।ଜୀବନ ସାଥୀଙ୍କ ସହିତ ସମ୍ବନ୍ଧ ବଢିଆ ରହିବ । କର୍ମ ସ୍ଥାନରେ ବହୁ ବାଧାବିଘ୍ନ ଓ ବିବାଦ ଦେଖାଦେଇ ପାରେ l ଅନ୍ତଜ୍ଞାନ ଓ ସୃଜନ ଶକ୍ତିର ବିକାଶ ଘଟିବ l ରୋଜଗାରର ନୂତନ ସୁଯୋଗ ସୃଷ୍ଟି ହେବ l ଶାରୀରିକ ଅସୁସ୍ଥତା ଅନୁଭବ କରିବେ l
ହସ୍ତା – ରାଜନିତିରେ ଆଦର ସମ୍ମାନ ପାଇବେ । ବଡ କଂପାନିରେ ଚାକିରି ପାଇଁ ସୁଯୋଗ ଆସିପାରେ । ଛାତ୍ର, ଛାତ୍ରୀ ମାନେ ସ୍ୱାଭିମାନୀ ହେବେ । ପଡୋଶୀଙ୍କ ସହିତ ଶତୃତା ଭାବ ସୃଷ୍ଟି ହୋଇପାରେ । ଆପଣଙ୍କର ଆତ୍ମ ବିଶ୍ୱାସ ଦେଖି କର୍ତୁପକ୍ଷ ଖୁସିହେବେ । ଦୁର୍ଘଟଣାର ଶିକାର ହୋଇପାରନ୍ତି l ଚାକିରୀ କ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ ହୋଇପାରେ l ଉଦର ରୋଗରେ ଆକ୍ରାନ୍ତ ହୋଇପାରନ୍ତି l ପ୍ରେମ ସମ୍ପର୍କ ସୃଷ୍ଟି ହୋଇପାରେ l
ଚିତ୍ରା – ଭୂମି କ୍ରୟ କରିବାର ସୁଯୋଗ ଅଛି । ମହିଳା ମାନେ ସ୍ୱାଭିମାନ ରହିବେ। ଛାତ୍ର ଛାତ୍ରୀ ମାନେ ପାଠ ପଢାରେ ଅନ୍ୟମନସ୍କ ହୋଇ ପାରନ୍ତି l ଉଦ୍ଧିଷ୍ଟ କାର୍ଯ୍ୟ ସିଦ୍ଧି ହେବ l ସାମାଜିକତା କ୍ଷେତ୍ରରେ ସକ୍ରିୟତା ବଢିପାରେ । ଅଚାନକ ଧନଲାଭ ହେତୁ ଆଥିିକ ସ୍ଥିତି ସୁଧାର ଆସିଯିବ ଓ ଆୟ ବୃଦ୍ଧି ହେବ l ଅଳ୍ପ ପରିଶ୍ରମ କରି ଅଧିକ ଫଳ ପାଇବାର ଆଶା ଦେଖାଦେବ l
ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫