ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର । ଚନ୍ଦ୍ର – ମକର ଅହୋରାତ୍ର ,ତିଥି- ୨ୟା ଦିବା ୦୮. ୨୪ ଗତେ ୩ ୟା ,ଘାତ ଚନ୍ଦ୍ର- ସିଂହ ଅହୋରାତ୍ର ,ଘାତ ବାର – ମେଷ ,ପୁଷ୍କର ଦୋଷ – ୩ ପାଦ- ପଶୁ - ବଂଶହାନି- ଭୁମି, ଅନ୍ନ ଓ ତିଳକାଞନ ଦାନ ଦିବା ୦୮. ୨୪ ଗତେ ୨ ୟା ।
ମଘା – ସା୍ସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ । ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ସମୟ ବିତାଇବେ । କର୍ମ କ୍ଷେତ୍ରରେ ନିରବତା ଅବଲମ୍ବନ କରିବେ । ଜୀବନ ସାଥୀଙ୍କ ସହିତ ସୁଖଦ ସନ୍ଧ୍ୟା ଅତିବାହିତ କରିବେ । କର୍ମ କ୍ଷେତ୍ରରେ ଆହ୍ୱାନକୁ ସାମ୍ନା କରିବେ । ସପରିବାର ବଡ ସହରକୁ ଯିବାର ଯୋଜନା କରିପାରନ୍ତି ।
ପୂ , ଫାଲଗୁନୀ – ରାଜନିତିରେ ସମ୍ମାନ ହାନି ଓ ଅପବ୍ୟୟ ଘଟିପାରେ । ବ୍ୟବସାୟ ରେ ପରିଶ୍ରମରୁ ସୁଫଳ ନପାଇ ପାରନ୍ତି । ପଢାରେ ଅଧିକ ସମୟ ବିତାଇବେ ।ଜୀବନରେ ଉନ୍ନତି ସୂଚିତ ହେବ । ସମାଜରେ ଲୋକ ପ୍ରିୟତା ବଢିବ । କାମର ଗତି ମନ୍ଥର ହୋଇପାରେ । ନୂଆ ଲୋକଙ୍କ ସହିତ ହାତେ ମାପି ଚାଖଣ୍ଡେ ଚାଲନ୍ତୁ ।
ଉ ,ଫାଲଗୁନୀ – ନିଜ ଲୋକମାନେ ବିଶ୍ୱାସ ଘାତ କରିପାରନ୍ତି । ମହିଳା ମାନେ ଆତ୍ମ ସମ୍ମାନ ବଜାୟ ରଖିବେ । ବିଦ୍ୟାର୍ଥି ମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ । ଚାକିରୀ କ୍ଷେତ୍ରରେ ବିରୋଧି ଦଳଙ୍କ ସଂଖ୍ୟା ବଢିପାରେ l ପଡୋଶୀଙ୍କ ଅସହିଷ୍ଣୁତା ପ୍ରକାଶ କରିବେ l କର୍ମଜୀବି ମାନେ କର୍ମପ୍ରବଣତା ଦେଖାଇବେ l ପ୍ରେମ ସମ୍ପର୍କ ମଧୁର ରହିବ l ପିଲାମାନେ ପରିଶ୍ରମୀ ହେବେ
ପ୍ରତିକାର - ଶ୍ରୀ ରାମଙ୍କୁ ପୂଜା କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧