ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର । ଚନ୍ଦ୍ର – ମକର ଅହୋରାତ୍ର ,ତିଥି- ୨ୟା ଦିବା ୦୮. ୨୪ ଗତେ ୩ ୟା ,ଘାତ ଚନ୍ଦ୍ର- ସିଂହ ଅହୋରାତ୍ର ,ଘାତ ବାର – ମେଷ ,ପୁଷ୍କର ଦୋଷ – ୩ ପାଦ- ପଶୁ - ବଂଶହାନି- ଭୁମି, ଅନ୍ନ ଓ ତିଳକାଞନ ଦାନ ଦିବା ୦୮. ୨୪ ଗତେ ୨ ୟା ।
ମୃଗଶିରା - ପୁରାତନ ରୋଗର ପିଡା ଅପେକ୍ଷା କୃତ କମ୍ ରହିବ । ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ଭାବ ପ୍ରକାଶ କରିବେ । ଆର୍ଥିକ କ୍ଷେତ୍ରରେ ଲଭବାନ୍ ସହିତ ସଂଚୟ କରିପାରନ୍ତି । ପାରିବାରିକ ଜୀବନରେ ଉତ୍ସାହ ଓ ପ୍ରେରଣା ମିଳିବ । ଚାକିରିରେ ସହକର୍ମୀ ମାନେ ସହଯୋଗ କରିବେ। କାମ ନିର୍ଦ୍ଧାରିତ ସମୟରେ ପୁରା କରିବା ପାଇଁ ଚେଷ୍ଟା କରିବେ ।
ଆଦ୍ରା - କର୍ମ କ୍ଷେତ୍ରରେ ସହକର୍ମୀ ଅଧସ୍ଥନ କର୍ମଚାରୀ ଓ ଉପରିସ୍ଥ ଅଧିକାରୀଙ୍କର ସାହାର୍ଯ୍ୟ ସହଯୋଗ ପାଇବେ । ରାଜନିତିରେ କାର୍ଯ୍ୟରେ ନେତୃତ୍ୱ ନେବେ । ନୂତନ ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରି ପାରନ୍ତି । ବିଦ୍ୟାର୍ଥୀ ମାନଙ୍କୁ ପଢାରେ ସମ୍ମାନ ମିଳିବା ସହିତ ବିଦେଶା ଗତ ହୋଇପାରନ୍ତି ।ଆଧାତ୍ମିକ ଆଲୋଚନାରେ ସମୟ ବିତିବ । ଅଫିସରେ ଏଭଳି କାମ ମିଳିବ ଯାହା ଆପଣଙ୍କୁ ଭଲ ଲାଗିବ ।
ପୁନର୍ବସୁ – ଜମିକୁ ନେଇ ବହୁ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ ମହିଳା ମାନେ ବନ୍ଧୁପରିଜନଙ୍କ ପ୍ରିୟପାତ୍ର ହେବେ ।ବିରୋଧୀ ମାନଙ୍କ ସହ ଦୃଢ ମୁକାବିଲା କରିବେ । ସାମାଜିକ କ୍ଷେତ୍ରରେ ଯଶ ବଢିବ । ମହିଳା ମାନେ ପରିବାରରେ ପୃଷ୍ଟି ସାଧନ ପାଇଁ ପ୍ରୟାସ କରିବେ । ନମ୍ର ସ୍ୱଭାବ ସହ ମୁରବିଙ୍କ ସହିତ କଥାବାର୍ତା ହୁଅନ୍ତୁ ।
ପ୍ରତିକାର –ନିଜର ଖାଇବାର କିଛି ଅଂଶ ଗାଇକୁ ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫