ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର । ଚନ୍ଦ୍ର – ମକର ଅହୋରାତ୍ର ,ତିଥି- ୨ୟା ଦିବା ୦୮. ୨୪ ଗତେ ୩ ୟା ,ଘାତ ଚନ୍ଦ୍ର- ସିଂହ ଅହୋରାତ୍ର ,ଘାତ ବାର – ମେଷ ,ପୁଷ୍କର ଦୋଷ – ୩ ପାଦ- ପଶୁ - ବଂଶହାନି- ଭୁମି, ଅନ୍ନ ଓ ତିଳକାଞନ ଦାନ ଦିବା ୦୮. ୨୪ ଗତେ ୨ ୟା ।
ଅଶ୍ୱନୀ – ଶରୀର ଭଲ ରହିବା ସହିତ ମିଷ୍ଠାନ ଭୋଜନର ଯୋଗ ବୃଦ୍ଧି ରହିଅଛି । ବାଣିଜ୍ୟ ବ୍ୟବସାୟରେ ସ୍ଥିର ଅବସ୍ଥା ଲାଗି ରହିବ । ଜୀବନ ସାଥିଙ୍କ ପାଇଁ ଭଲ ତାଳ ମେଳ ବଜାୟ ରହିବ । ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ । ରାଜନୀତିରେ ସଫଳତା ପାଇ ପାରନ୍ତି । ସରକାରୀ ସଂସ୍ଥା କାମରେ ସହଯୋଗ କରି ପାରନ୍ତି । ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ । ଜୀବନରେ ନୂଆ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇପାରେ ।
ଦ୍ୱିଜା – କର୍ମ କ୍ଷେତ୍ରରେ ଉଚ୍ଚ ପଦବୀ ଲାଭ କରି ପାରନ୍ତି । ରାଜନୀତି କ୍ଷେତ୍ରରେ ସାହାର୍ଯ୍ୟ ସହଯୋଗ ପାଇବେ । ପରୀକ୍ଷାରେ ସଫଳତାଦି ଅଭିଳାଷା ପୂର୍ଣ୍ଣତା ଲାଭ କରିବ। କୌଣସି କାର୍ଯ୍ୟ ପୂର୍ବରୁ ଗୁରୁଜନଙ୍କ ପରାମର୍ଶ କରନ୍ତୁ । ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ । ଘର ପାଇଁ କିଛି ଆସବାବ କ୍ରୟ କରି ପାରନ୍ତି । ଆପଣଙ୍କ କଥାକୁ ଲୋକେ ଗମ୍ଭୀରତାର ସହ ଶୁଣିବେ ।ସକାରତ୍ମକ ବିଚାର କ୍ୟାରିୟରକୁ ନୂଆ ଦିଶା ଦେବ ।
କୃତିକା – ବିବାଦିୟ ଘଟଣାରେ ବିଜୟଲାଭ କରିପାରନ୍ତି । ମହିଳା ମାନେ ଆଭୁଷଣ ପ୍ରିୟ ହେବେ ।ନିଜର ଦୋଷ ତୃଟି ସ୍ୱକାର କରିବେ । ସାମାଜିକ ଓ ପ୍ରଭାବଶାଳୀ କାର୍ଯ୍ୟରେ ମନ ବଳାଇବେ । ମହିଳା ମାନେ ପାରିବାରିକ ସୁଖରେ ସମୟ ଅତିବାହିତ କରିବେ । କାଳକ୍ଷେପଣ ପଦ୍ଧତି ଅନୁଯାୟୀ ସମସ୍ୟାର ସମାଧାନ କରିବେ ।ନିଜର ଲକ୍ଷ୍ୟ ହାସଲ ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି ।ନୂଆ କଳାକୈାଶଳ ଶିଖିବାକୁ ସୁଯୋଗ ମିଳିବ । ମହିଳା ମାନେ ଧର୍ମପରାୟଣ ହେବେ ।
ପ୍ରତିକାର - ସୂର୍ଯ୍ୟ ଦେବତାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯