• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 24th October 2023: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଲାଭ ଦାୟକ ହେବ...!

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୪ ତାରିଖ ମଙ୍ଗଳବାର । ଚନ୍ଦ୍ର-କୁମ୍ଭ ଅହୋରାତ୍ର । ତିଥି-୧୦ମୀ ଦିବା ୦୩.୧୪ ଗତେ ୧୧ଶୀ । ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତ ବାର-ମକର ରାଶିର ।

Sagittarius

ଧନୁ

Tuesday 24 Oct 2023

ମୂଳା- ପରିବାର ସଦସ୍ୟଙ୍କ କାର‌୍ୟ୍ୟକଳାପ ଅସନ୍ତୋଷ ସୃଷ୍ଟି କରିପାରେ। ଆଲୋଚନା କାଳରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ। ବହୁତ ସମୟ ଧରି ଭ୍ରମଣ କାରଣରୁ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।

ପୂ, ଷାଢା- ସମସ୍ୟା ମଧ୍ୟରେ ବୁଡ଼ି ରହି ଆପଣଙ୍କ ଦୈନ୍ୟଯୁକ୍ତ କଥା ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବ। ତଥାପି ଆନୁଷଙ୍ଗିକ ସୁବିଧା ସୁଯୋଗ ଲାଭକରି ବହୁତ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରିପାରିବେ। ଦକ୍ଷତା କାରଣରୁ କର୍ମକ୍ଷେତ୍ରରେ ପଦୋନ୍ନତି ଘଟିବାର ସୂଚନା ପାଇବେ। 

ଉ,  ଷାଢା- ଶିଳ୍ପ, ବାଣିଜ୍ୟ ଓ ପରିବହନରେ ପ୍ରତିବନ୍ଧକ ଦୁଶ୍ଚିନ୍ତର କାରଣ ହୋଇପାରେ। ସାମାଜିକ ସ୍ତରରେ ବନ୍ଧୁମାନଙ୍କ ଦ୍ୱାରା କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଆବଶ୍ୟକତା ଉପଲବ୍ଧି କରି ଗୃହୋପକରଣ ସାମଗ୍ରୀ କ୍ରୟ କରିପାରନ୍ତି।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩

ପ୍ରତିକାର –  ଶ୍ରୀ ଗଣେଷଙ୍କ ମନ୍ତ୍ର ପାଠ କରନ୍ତୁ