• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 24th October 2023: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଲାଭ ଦାୟକ ହେବ...!

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୪ ତାରିଖ ମଙ୍ଗଳବାର । ଚନ୍ଦ୍ର-କୁମ୍ଭ ଅହୋରାତ୍ର । ତିଥି-୧୦ମୀ ଦିବା ୦୩.୧୪ ଗତେ ୧୧ଶୀ । ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତ ବାର-ମକର ରାଶିର ।

Scorpio

ବିଛା

Tuesday 24 Oct 2023

ବିଶାଖା- ପୁରାତନ ରୋଗର ପ୍ରକୋପରେ ହଇରାଣ ହରକତ ହୋଇପାରନ୍ତି । ଆବଶ୍ୟକ ସ୍ଥଳେ ସହଯୋଗ ପାଇ ପାରିବାରିକ ସ୍ତର ହସ ଖୁସିରେ କଟିବ । କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ । 

ଅନୁରାଧା- ରାଜନୀତିରେ ଶତ୍ରୁମାନେ ପଛଘୁଞ୍ଚା ଦେବେ । ସନ୍ଦେହ ଓ ଭୁଲ୍ ବୁଝାମଣା କାରଣରୁ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍ ଧାରଣା ପୋଷଣ କରିପାରେ। ସ୍ଥଗିତକର୍ମ ସମ୍ପାଦନ ଓ ଅର୍ଥ ଲାଭର ଯୋଜନା କରିବା କାମରେ ନିଜକୁ ନିୟୋଜିତ କରିପାରନ୍ତି।

ଜ୍ୟୋଷ୍ଠା- ନିଜ ଗୃହ ସମସ୍ୟାକୁ ସଜାଡ଼ିବାକୁ ଯାଇ ବହୁତ ହଇରାଣ ହେବାକୁ ପଡ଼ିପାରେ। ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ କରି କଳ୍ପନାରାଇଜରେ ଘୂରି ବୁଲିପାରନ୍ତି। କଠୋର ବାକ୍ୟାଳାପ କାରଣରୁ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯

ପ୍ରତିକାର – ମା ବଗଳାମୁଖୀଙ୍କ ପୂଜାର୍ଚ୍ଚନା କରନ୍ତୁ