• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 24th October 2023: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଲାଭ ଦାୟକ ହେବ...!

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୪ ତାରିଖ ମଙ୍ଗଳବାର । ଚନ୍ଦ୍ର-କୁମ୍ଭ ଅହୋରାତ୍ର । ତିଥି-୧୦ମୀ ଦିବା ୦୩.୧୪ ଗତେ ୧୧ଶୀ । ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତ ବାର-ମକର ରାଶିର ।

Leo

ସିଂହ

Tuesday 24 Oct 2023

ମଘା- ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯତ୍ନ କଲେ ବିଫଳ ହୋଇପାରନ୍ତି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। କେତେକ କ୍ଷେତ୍ରରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି।

ପୂ- ଫାଲ୍‌ଗୁନୀ- ସାଧାରଣ କଥାରେ ତର୍କ କାରଣରୁ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । ଗତକାଲିଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ କିଛି ଅସୁବିଧା ହେବନି। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିଙ୍କ ଦେଖାସାକ୍ଷାତ୍ରୁ ଉପକୃତ ହେବେ।

ଉ- ଫାଲ୍‌ଗୁନୀ- ବେଖାତିର ଭାବରେ ସବୁକଥାକୁ ହାଲୁକା ଭାବେ ଗ୍ରହଣକଲେ କ୍ଷତିରେ ପଡ଼ିବେ। ଆଲୋଚନା ପରିସର, ସଭାସମିତି, ତର୍କ ଓ ବିବାଦରେ ସ୍ଥଗିତ କାମକୁ ପୂରା କରିବେ। ଆଲୋଚନା, ଲେଖାପଢ଼ା କ୍ଷେତ୍ରରୁ ଶୁଭଫଳ ପାଇବେ।

ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧

ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ