• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 24th October 2023: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଲାଭ ଦାୟକ ହେବ...!

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୪ ତାରିଖ ମଙ୍ଗଳବାର । ଚନ୍ଦ୍ର-କୁମ୍ଭ ଅହୋରାତ୍ର । ତିଥି-୧୦ମୀ ଦିବା ୦୩.୧୪ ଗତେ ୧୧ଶୀ । ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତ ବାର-ମକର ରାଶିର ।

Cancer

କର୍କଟ

Tuesday 24 Oct 2023

ପୁନର୍ବସୁ- ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ । ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି । ବିଳସ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ କରିବେ । 

ପୁଷ୍ୟା- କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନ ପାଇଁ ରାସ୍ତା ଖୋଜି ପାଇବେ। ଆଜିର ଅଧିକାଂଶ ସମୟ ବନ୍ଧୁଙ୍କ ସହଯୋଗ କାରଣରୁ ଭଲ ରହିବ। ଅଫିସ୍ରୁ ଆସିବା ବେଳକୁ ମନ ପସନ୍ଦର ଜିନିଷ କିଣିବାରେ ସମର୍ଥ ହେବେ।

ଅଶ୍ଳେଷା- ଉଚ୍ଚଶିକ୍ଷାର ସୁଯୋଗ ପାଇବା ସହ ପରୀକ୍ଷା ପ୍ରତିଯୋଗିତାରେ ଶୁଭଫଳ ମିଳିବ । ସାମାଜିକ କାର୍ଯ୍ୟରେ ପ୍ରଶଂସା ମିଳିବ । ଧାର୍ମିକ ପରିବେଶରେ ଦେବଦର୍ଶନ ସଙ୍ଗକୁ ବନ୍ଧୁମିଳନରୁ ଆନନ୍ଦ ଅନୁଭବ କରିବେ । 

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨

ପ୍ରତିକାର – କୈାଣସି ଭୋକିଲା ଲୋକଙ୍କୁ ଖାଦ୍ୟ ଦିଅନ୍ତୁ