ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ଶୁକ୍ରବାର । ଚନ୍ଦ୍ର – ମେଷ ଅହୋରାତ୍ର,ତିଥି – ୩ୟା ସନ୍ଧ୍ୟା ୦୫.୦୦ ଗତେ ୪ର୍ଥୀ ଘାତ ଚନ୍ଦ୍ର – ମେଷ ଅହୋରାତ୍ର, ଘାତ ବାର- ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ନାସ୍ତି ।
ଅଶ୍ୱନୀ- ରୋଗୀ ମାନଙ୍କ ରୋଗ ପ୍ରାୟତଃ କମି ଯାଇପାରେ । ପରିସ୍ଥିତି ବଦଳି ଯିବା ଫଳରେ ଅଯଥା ହଇରାଣ ହୋଇପାରନ୍ତି । କୈାଣସି କାର୍ଯ୍ୟର ସମାଧାନ ହୋଇଯିବ । ମାଙ୍ଗଳିକ କାର୍ଯ୍ୟରେ ମନ ଯୋଗଦେବେ
କୃତିକା- ପରିବାରରେ ଚିନ୍ତା ବଢିପାରେ । ଚାକିରି କ୍ଷେତ୍ରରେ ପ୍ରାଧାନ୍ୟ ହ୍ରାସ ପାଇବେ । ମୋହରେ ପଡି ଅପଦସ୍ତ ହେବେ । ଆତ୍ମୀୟଙ୍କ ଦ୍ୱାରା ସମସ୍ୟାର ସମଧାନ ହୋଇଯିବ
ଦ୍ୱିଜା- ଶିକ୍ଷା କ୍ଷେତ୍ରରେ ଅଭିଜ୍ଞତା ବଢିବ । ସମ୍ପତି-ବାଡିକୁ ନେଇ ଅନେକ ପରିସ୍ଥିତି ଦେଖା ଦେଇପାରେ । ମହିଳା ମାନଙ୍କୁ ଅନେକ ଚାପରେ ଗତି କରିବାକୁ ପଡିପାରେ
ପ୍ରତିକାର - ହନୁମାନଙ୍କର ଆରାଧନା କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯