• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 24th January 2023: ଆଜି ଏହି ରାଶିର ବ୍ୟକ୍ତିଙ୍କର ଆୟ ବୃଦ୍ଧି ପାଇବ

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ମଙ୍ଗଳବାର । ଚନ୍ଦ୍ର – କୁମ୍ଭ ଅହୋରାତ୍ର,ତିଥି - ୩ୟା ଦିବା ୦୩.୨୨ ଗତେ ୪ର୍ଥୀ। ଘାତ ଚନ୍ଦ୍ର – ମିଥୁନ ଓ ମୀନ ଅହୋରାତ୍ର,ଘାତ ବାର- ମକର ,ପୁଷ୍କର ଦୋଷ – ୧ ପାଦ - କୃଷିହାନି- ଭୂମିଦାନ ରାତ୍ରି ୦୯.୫୮ ଗତେ ୨ ପାଦ ।

Aries

ମେଷ

Tuesday 24 Jan 2023

ଅଶ୍ୱନୀ- ସୁସ୍ଥ ମାନସିକତା ରକ୍ଷା କରିବେ । ଭାଇଙ୍କ ଠାରୁ ସାହାର‌୍ୟ୍ୟ ସହଯୋଗ ପାଇ ଚିନ୍ତା ମୁକ୍ତ ରହିବେ । ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ବିଦେଶୀ ବନ୍ଧୁଙ୍କ ଦ୍ୱାରା ଅଧିକ ଉପକୃତ ହେବେ ।

କୃତିକା- କର୍ମକ୍ଷେତ୍ରରେ ନିମ୍ନ ବର୍ଗୀୟ ବ୍ୟକ୍ତି ବିଶେଷଙ୍କ ଠାରୁ ଲାଭବାନ୍ ହେବେ । ରାଜନୀତିରେ ପଛକଥାକୁ ଚିନ୍ତା କରି ବିରକ୍ତି ପ୍ରକାଶ କଲେ ଅନିଷ୍ଟକର ପରିସ୍ଥିତି ସୃଷ୍ଟି ହେବ । ସଘର୍ଷ କରି ବିଜୟ ଲାଭ ପାଇବେ ।

ଦ୍ୱିଜା- ନିଜ ପାଇଁ କିଛି ବାସୋପଯୋଗି ଭୂମି ବା ଘର କ୍ରୟ କରିପାରନ୍ତି । ଛାତ୍ରଛାତ୍ରୀ ମାନଙ୍କର ଧାର୍ମିକ ସାହିତ୍ୟ ପଢିବା ପାଇଁ ରୁଚି ବୃଦ୍ଧି ହେବ । ମହିଳା ମାନଙ୍କର ପାରିବାରିକ ଜୀବନ ଆନନ୍ଦରେ କଟିବ ।

ପ୍ରତିକାର - ହନୁମାନଙ୍କର ଆରାଧନା କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :