ସୌର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ଗୁରୁବାର । ଚନ୍ଦ୍ର – ମୀନ ଦିବା ୦୨.୦୯ ଗତେ ମେଷତିଥି – ୨ୟା ସନ୍ଧ୍ୟା ୦୬.୨୧ ଗତେ ୩ୟା ,ଘାତ ଚନ୍ଦ୍ର – ଧନୁ ଦିବା ୦୨.୦୯ ଗତେ ମେଷ,ଘାତ ବାର- ତୁଳା ଓ କୁମ୍ଭ,ପୁଷ୍କର ଦୋଷ –୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ସନ୍ଧ୍ୟା ୦୬.୨୧ ପର୍ଯ୍ୟନ୍ତ ।
ଉ, ଷାଢା- ପୁରୁଣା ରୋଗ ଗୁଡିକ ପୁଣିଥରେ ଦେଖାଦେବ । ପାରିବାରିକ ବାତାବରଣ ଶାନ୍ତିଦାୟକ ରହିବ । ଉନ୍ନତ ଜ୍ଞାନ କୈାଶଳରେ କାର୍ୟ୍ୟ କରୁଥିବା ଲୋକମାନଙ୍କ ପାଇଁ ବିଶେଷ ଶୁଭ ହେବ । ଛାତ୍ରଙ୍କୁ କମ୍ ପରିଶ୍ରମରେ ଯଥେଷ୍ଟ ସୁଫଳ ମିଳିବ
ଶ୍ରବଣା- ପ୍ରେମରେ ଭୁଲ ବୁଝାବଣା ହୋଇପାରେ । ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ । କମ୍ୁ୍ୟଟର ଶିକ୍ଷା ପାଇଁ ଆଗ୍ରହ ବଢିବ । ଅଫିସ୍ରେ କାହାରି ପ୍ରତି ଆକର୍ଷିତ ଅନୁଭବ କରିବେ
ଧନିଷ୍ଠା- ଶତୃମାନେ ମିତ୍ରଭାବେ ଆଚରଣ କରିବେ । ମହିଳା ମାନେ ଶୁଭ ସମାଚାର ଶୁଣି ଖୁସି ହେବେ । ଡାକ୍ତର ମାନେ ଭଲ ରୋଜଗାର କରିବେ । କୈାଣସି ଶୁଭ କାର୍ଯ୍ୟରେ ବାଧା ଆସିପାରେ
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮