• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 23rd September 2024: ଆଜି ଏହି ରାଶିର ବ୍ୟକ୍ତି ବ୍ୟବସାୟରେ ସଫଳତା ଅର୍ଜନ କରିବେ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ସୋମବାର । ଚନ୍ଦ୍ର- ବୃଷ ଅହୋରାତ୍ର ,ତିଥି- ୬ଷ୍ଠୀ ଦିବା ୦୧.୫୦ ଗତେ ୭ମୀ,ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର,ଘାତବାର- ମିଥୁନ ରାଶିର ,ପୁଷ୍କର ଦୋଷ- ଦିବା ୦୧.୫୦ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ

Sagittarius

ଧନୁ

Monday 23 Sep 2024

ମୂଳା – ସ୍ୱାସ୍ଥ୍ୟ କ୍ଷେତ୍ରରେ ହାଡ ଜନିତ ସମସ୍ୟା ଦେଖାଦେଇପାରେ । କର୍ମ କ୍ଷେତ୍ରରେ ବିଶେଷ ଅସୁବିଧା ରହିବ ନାହିଁ । ପାରିବାରିକ ବିଶୃଙ୍ଖଳା ଦେଖାଦେବା ସହିତ ସମ୍ପର୍କରେ ସାମାନ୍ୟ ତିକ୍ତତା ଆସିପାରେ । ଅଧିକ ପରିଶ୍ରମ ହେତୁ ଦେହରେ ଦୁର୍ବଳତା ଦେଖାଦେବ ।

ପୂ , ଷାଢା – ସମାଜ ସେବାରେ ବେଶ୍ ଆନନ୍ଦ ଅନୁଭବ କରିବେ । ବାଣିଜ୍ୟ, ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ । ଛାତ୍ରଛାତ୍ରି ମାନେ ପଢାରେ ସହଯୋଗ ପାଇବେ । ରାଜନିତିରେ ଆଗ୍ରହ ବଢିପାରେ ।

ଉ , ଷାଢା – ନିଜର ଦକ୍ଷତା ଅନୁସାରେ କର୍ମ କ୍ଷେତ୍ରରେ ଉଚ୍ଚତର ପଦ ପାଇପାରନ୍ତି । କଚେରି ମାମଲାରେ ସାମୟିକ ଦୁଶ୍ଚିନ୍ତାରୁ ରକ୍ଷା ପାଇ ପାରିବେନି । ମହିଳା ମାନେ ଦୁଃଖିତ ରହିବେ ।

ପ୍ରତିକାର – ବୃହସ୍ପତିଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :