ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୩ ତାରିଖ, ଶନିବାର ଚନ୍ଦ୍ର –ଧନୁ ଅହୋରାତ୍ର ତିଥି- ୮ମୀ ଦିବା ୧୨.୧୮ ଗତେ ୯ମୀ ଘାତ ଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତ ବାର –ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୧ ପାଦ କୃଷିହାନି- ଭୂମି ଦାନ
ଅଶ୍ୱନୀ-ବ୍ୟବସାୟରେ ଭାଇ ଭଉଣୀଙ୍କ ଠାରୁ ସହଯୋଗ ମିଳିବ । ଭୋଗବିଳାସ, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର ଓ ମଉଜ ମଜଲିସ୍ ସକାଶେ ମନ ବଳାଇବେ। ପରିବାରରେ ସୁଖଶାନ୍ତି ପ୍ରାପ୍ତ ହେବ ।
ଦ୍ୱିଜା- କର୍ମକ୍ଷେତ୍ରରେ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୋଇଯିବ। ଅତୀତ ଘଟଣାର ସମୀକ୍ଷା କରିବେ। ଛାତ୍ରଛାତ୍ରୀମାନେ ବିଶେଷ ଫଳ ପ୍ରଦର୍ଶନ କରିବେ ନାହିଁ ।
କୃତିକା- ଅଫିସରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଆଜିର କାମରେ ଲକ୍ଷ୍ୟ ହାସଲ ସକାଶେ କୂଟନୀତି ଅବଲମ୍ବନ କରିବେ। ଜମିଜମା କିମ୍ବା ଗୃହସୀମାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ।
ପ୍ରତିକାର - ମଙ୍ଗଳଙ୍କର ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯