• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 23rd Sept 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ଶୁକ୍ରବାର । ତିଥି – ୧୩ ଶୀ ରାତ୍ରି ୦୨/୩୧ ଗତେ ୧୪ଶୀ, ଚନ୍ଦ୍ର - ସିଂହ ଅହୋରାତ୍ର, ଘାତ ଚନ୍ଦ୍ର- କର୍କଟ ଓ ମକର ଅହୋରାତ୍ର, ଘାତ ବାର – ବିଛା , ଧନୁ ଓ ମୀନ ରାଶିର, ପୁଷ୍କର ଦୋଷ – ନାସ୍ତି

Aries

ମେଷ

Friday 23 Sep 2022

ଅଶ୍ୱନୀ – ପ୍ରତିକୂଳ ପରିସ୍ଥିତି ମଧ୍ୟ ଦେଇ ପାରିବାରିକ ଦାୟିତ୍ୱ ସୂଚାରୁରୂପେ ତୁଳାଇବେ ।

ଦ୍ୱିଜା – ବ୍ୟବସାୟରେ ସମସ୍ୟା ସତ୍ୱେ ଲାଭ ଆଦି ଫଳ ଭୋଗ କରିବେ ।

କୃତିକା – ପାରିବାରରେ ସୁସ୍ଥ ବାତାବରଣ ଜାରି ରହିବ ।

ପ୍ରତିକାର - ଲାଲ ରଙ୍ଗର ଗାଇର ଖୁରାକୁ ଛୁଇଁ ପ୍ରଣାମ କରନ୍ତୁ ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :

Taurus

ବୃଷ

Friday 23 Sep 2022

କୃତିକା - କର୍ମଚାରୀ ମହଲରେ ଆନନ୍ଦର ବାତାବରଣ ରହିବ ।

ରୋହିଣୀ – ରାଜନୈତିକ ନେତା ମାନେ ଶାନ୍ତିକାମୀ ହେବେ ।

ମୃଗଶିରା – ସବୁଦିଗରୁ ଆପଣଙ୍କର ସୁନାମ ଓ ଆୟ ବୃଦ୍ଧି ହୋଇପାରେ ।

ପ୍ରତିକାର – ଗାଇକୁ ଦୂବ ଘାସକୁ ନିଜ ହାତରେ ଖାଇବାକୁ ଦିଅନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :

Gemini

ମିଥୁନ

Friday 23 Sep 2022

ମୃଗଶିରା - ଦୁର୍ବଳତା ଯୋଗୁ କାମ କରିବାରେ ଆଗ୍ରହ ପ୍ରକାଶ କରିବେ ନାହିଁ ।

ଆଦ୍ରା - ବାରମ୍ବାର ଅସଫଳତା କାରଣ ଖୋଜିବାକୁ ଯାଇ ମାନସିକ ଦ୍ୱନ୍ଦରେ ପଡିପାରନ୍ତି ।

ପୁନର୍ବସୁ - ଆପଣଙ୍କ ସ୍ଥିତି ବିପର୍ଯ୍ୟସ୍ତ ହୋଇପାରେ ଏବଂ କୌଣସି ଅସ୍ୱାଭାବିକ ଘଟଣାରେ ସପୃକ୍ତ ରହିବେ ।

ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :

Cancer

କର୍କଟ

Friday 23 Sep 2022

ପୁନର୍ବସୁ - ସାମାଜିକ ଅନୁଷ୍ଠାନ ଦ୍ୱାରା ସମ୍ନାନିତ ହୋଇପାରନ୍ତି ।

ପୁଷ୍ୟା – ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ ।

ଅଶ୍ଳେଷା - ନୂତନ ଗୃହ ନିର୍ମାଣ କିମ୍ବା ଜମି କ୍ରୟ କରି ପାରନ୍ତି ।

ପ୍ରତିକାର – ଅରୁଆ ଚାଉଳରେ ମହୁ ମିଶାଇ ଜଳରେ ଭସାୟି ଦିଅନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :

Leo

ସିଂହ

Friday 23 Sep 2022

ମଘା – ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ ।

ପୂ , ଫାଲଗୁନୀ - ଧାର କରଜ ସୁଝିବା ପାଇଁ ସୁଯୋଗ ପାଇବେ ।

ଉ ,ଫାଲଗୁନୀ – ବିଦ୍ୟାର୍ଥୀ ମାନେ କୁସଙ୍ଗ ଦୋଷରୁ ଦୂରରେ ରହିବେ ।

ପ୍ରତିକାର – ଶ୍ରୀ ମାତଙ୍ଗୀଙ୍କ ପୂଜା କରନ୍ତୁ ।

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :

Virgo

କନ୍ୟା

Friday 23 Sep 2022

ଉ , ଫାଲଗୁନୀ – ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ ।

ହସ୍ତା – ବିରୋଧୀ ମାନେ ସତ ଚେଷ୍ଟା କରିଲେ ମଧ୍ୟ କୈାଣସି କ୍ଷତି କରିପାରିବେ ନାହିଁ ।

ଚିତ୍ରା – ଚାକିରୀ କ୍ଷେତ୍ରରେ ସମ୍ମାନ ଲାଭ କରିବେ ।

ପ୍ରତିକାର - ନାରାୟଣଙ୍କୁ ତୁଳସୀ ପତ୍ର ଭୋଗ କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :

Libra

ତୁଳା

Friday 23 Sep 2022

ଚିତ୍ରା – ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ଋତ ହେବେ ।

ସ୍ୱାତୀ – ସମାନ ବିଚାର ଧାରା ଲୋକଙ୍କ ସହିତ ଭେଟ ହେବା ଫଳରେ ଧର୍ମ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି ।

ବିଶାଖା – ଶାରିରୀକ କ୍ଲେଶ ଦୂର ହୋଇଯିବ ।

ପ୍ରତିକାର – ଭାର୍ଗବୀଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :

Scorpio

ବିଛା

Friday 23 Sep 2022

ବିଶାଖା – ଅନ୍ୟ ମାନଙ୍କ ଠାରୁ ହାତେ ମାପି ଚାଖଣ୍ଡେ ଚାଲିବା ନୀତି ଅବଲମ୍ବନ କରନ୍ତୁ ।

ଅନୁରାଧା – ଶୁଭ କାମରେ ବାଧାବିଘ୍ନ ଓ ବିଳମ୍ବ ପ୍ରକ୍ରିୟା ଦେଖା ଦେଇପାରେ ।

ଜ୍ୟେଷ୍ଠା – ମହିଳା ମାନେ କାହାରିକୁ ସନ୍ତୁଷ୍ଟ କରି ନପାରନ୍ତି ।

ପ୍ରତିକାର – ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :

Sagittarius

ଧନୁ

Friday 23 Sep 2022

ମୂଳା – କର୍ମକ୍ଷେତ୍ରରେ ଭାରସାମ୍ୟ ରହିବ ନାହିଁ, ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେବ ।

ପୂ , ଷାଢା – କୈାଣସି ଠକାମିର ଶିକାର ହୋଇପାରନ୍ତି, ସେଥିପାଇଁ ସାବଧାନତା ଅବଲମ୍ବନ କରନ୍ତୁ ।

ଉ , ଷାଢା – ବୃଥା କାର୍ଯ୍ୟରେ ବ୍ୟୟ ବଢିପାରେ ।

ପ୍ରତିକାର – ଗୁରୁଜନ ମାନଙ୍କର ଆଜ୍ଞା ପାଳନ କରନ୍ତୁ ।

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :

Capricorn

ମକର

Friday 23 Sep 2022

ଉ , ଷାଢା - ସାମାଜିକ ଅନୁଷ୍ଠାନ ଦ୍ୱାରା ସମ୍ନାନିତ ହୋଇପାରନ୍ତି ।

ଶ୍ରବଣା – ପାରିବାରିକ ଅଶାନ୍ତି ଆଦୌ ରହିବ ନାହିଁ ।

ଧନିଷ୍ଠା – ସର୍ବଦା କାର୍ଯ୍ୟଶୀଳ ବୋଲାଇବେ ଓ ଆର୍ଥିକ ଚିନ୍ତା ରହିବ ନାହିଁ ।

ପ୍ରତିକାର – ସକାଳୁ ଗାଧୋଇ ସାରି ବରଗଛ ମୂଳରେ କ୍ଷୀର ଢାଳନ୍ତୁ ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :

Aquarius

କୁମ୍ଭ

Friday 23 Sep 2022

ଧନିଷ୍ଠା – ସବୁଦିଗରୁ ଆପଣଙ୍କର ସୁନାମ ଓ ଆୟ ବୃଦ୍ଧି ହୋଇପାରେ ।

ଶତଭିଷା – ରାଜନୈତିକ ନେତା ମାନେ ଶାନ୍ତିକାମୀ ହେବେ ।

ପୂ , ଭାଦ୍ରପଦ – ନୂତନ ଗୃହ ନିର୍ମାଣ କିମ୍ବା ଜମି କ୍ରୟ କରି ପାରନ୍ତି ।

ପ୍ରତିକାର – ଶନି ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :

Pisces

ମୀନ

Friday 23 Sep 2022

ପୂ , ଭାଦ୍ରପଦ - ଶତୃମାନେ ଆପଣଙ୍କୁ ମାଲିମକଦ୍ଦମାରେ ପକାଇ ଖର୍ଚ୍ଚାନ୍ତ କରିପାରନ୍ତି ।

ଉ , ଭଦ୍ରପଦ - କୃଷି କ୍ଷେତ୍ରରେ ଫସଲ ହାନି ଘଟିପାରେ ।

ରେବତୀ – ଅଶାନ୍ତିର ବାତାବରଣ ଘଟି ଅର୍ଥ ବ୍ୟୟ ହେବା ସଙ୍ଗେ ସଙ୍ଗେ ମନସ୍ତାପ ଦେଖାଦେବ ।

ପ୍ରତିକାର – ବୃହସ୍ପତିଙ୍କର ମନ୍ତ୍ରକୁ ପାଠ କରନ୍ତୁ ।

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :