ରୋଗର ପ୍ରକୋପ ବୃଦ୍ଧି ପାଇବ । ଉଚିତ୍ ବ୍ୟବହାର ପାଇଁ ଖୁସିର ବାତାବରଣ ଦେଖାଦେବ । ବ୍ୟବସାୟରେ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ଅଛି । ଘରକୁ ଅତିଥୀ ଆସିବାର ସମ୍ଭାବନା ରହିଛି । ଶିକ୍ଷାର୍ଥୀମାନେ ଅଧ୍ୟୟନ ଦିଗରେ ମନ ବଳାଇବେ । ସରକାରୀ ସଂସ୍ଥା କାମରେ ସହଯୋଗ କରିପାରନ୍ତି ।
ଅଶ୍ୱନୀ- ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିବେ । ବାଣିଜ୍ୟ ବ୍ୟବସାୟ ଓ ପରିବହନରୁ ଲାଭବାନ୍ ହେବେ । କଠିନ ଶ୍ରମଜନିତ କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ । ଦ୍ୱିଜା- ଛାତ୍ରଛାତ୍ରୀ ପଢାରେ କଷ୍ଟ କରିବେ ।ବ୍ୟବସାୟରେ ଆଂଶିକ ସଫଳତା ପାଇବେ । ରାଜନୀତିରେ ଛୋଟ କଥାକୁ ବଡ କରି ବିବାଦ ଲାଗିପାରେ । ଅର୍ଥ ସାହାଯ୍ୟ ସମ୍ବନ୍ଧରେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିବେ । କୃତିକା- କର୍ମକ୍ଷେତ୍ରରେ ସାମାନ୍ୟ ବିଶ୍ରାମ କରିବାର ସୁଯୋଗ ପାଇବା କଷ୍ଟକର ହୋଇପାରେ । ଅଧିକ ମୂଲ୍ୟ ଦେଇ ଜମି କିଣିବେ । ଶତୃଙ୍କର ଷଡ଼ଯନ୍ତ୍ରର ଶିକାର ହୋଇଡପାରନ୍ତି ।
ପ୍ରତିକାର- ଗରିବ ଲୋକଙ୍କୁ ଖାଦ୍ୟ ଏବଂ ବସ୍ତ୍ର ଦାନ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯