ସୌର ବୃଷମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ରବିବାର । ଚନ୍ଦ୍ର- ଧନୁ ରାତ୍ରି ୧୦.୪୭ ଗତେ ମକର ।ତିଥି- ପତିପ୍ରଦ ପ୍ରାତଃ ୦୫.୧୩ ଗତେ ୨ୟା ରାତ୍ରି ୦୩.୨୬ ଗତେ ୩ୟା । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର , ରାତ୍ରି ୧୦.୪୭ ଗତେ ସିଂହ ରାଶିର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ର୍ପାତଃ ୦୫.୧୩ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୫.୦୩ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୩.୨୬ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।
ଚିତ୍ରା- ପତିପତ୍ନୀଙ୍କ ମଧ୍ୟରେ ଭଲ ସପଂର୍କ ସୃଷ୍ଟି ହେବ । ଆୟବ୍ୟୟ ସମାନ ପରିମାଣରେ ରହିବ । କୌଣସି ଲୋକକୁ ସାହାର୍ଯ୍ୟ କରିବାକୁ ଯାଇ ଅସୁବିଦାର ସମ୍ମୁଖୀନ ହୋଇପାରନ୍ତି ।
ସ୍ୱାତୀ- ପାରିବାରିକ ଜୀବନରେ ବୁଝାବଣା ନେଇ ତିକ୍ତତା ଦୂରେଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ । ରାଜନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳ ପାଇବେ । ସତର୍କ ରୁହନ୍ତୁ ଆପଣଙ୍କ ବ୍ୟବହାରରେ ଶତ୍ରୁ ବୃଦ୍ଧି ହୋଇପାରନ୍ତି ।
ବିଶାଖା- ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ । ମାଲିମକଦ୍ଦମାରେ ଓକିଲଙ୍କ ସାହାର୍ୟ୍ୟ ପାଇବେ । ମହିଳା ମାନେ ଅଳଙ୍କାର ମାନ କ୍ରୟ କରି ପାରନ୍ତି ।
ପ୍ରତିକାର – ଶୁକ୍ରଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬