ସ୍ବାସ୍ଥ୍ୟରେ ଉନ୍ନତି ଘଟିବ। ପୁରୁଣା କଥାକୁ ନେଇ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ । ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ୱାକ୍ଷରିତ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ।
ଚିତ୍ରା- ବାରମ୍ବାର ଅସଫଳତା କାରଣ ଖୋଜିବାକୁ ଯାଇ ମାନସିକ ଦ୍ୱନ୍ଦରେ ପଡିପାରନ୍ତି । ବ୍ୟବସାୟ, ବାଣିଜ୍ୟରେ ସ୍ଥିର ଅବସ୍ଥା ଲାଗି ରହିବ । କର୍ମ କ୍ଷେତ୍ରରେ ସଫଳତା ପାଇଁ କାହାଠାରୁ ପରାମର୍ଶ ମିଳିବ
ସ୍ୱାତୀ- କଚେରି ମାମଲାରେ କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ମହିଳା ମାନେ କାର୍ୟ୍ୟବ୍ୟସ୍ତ ରହିବେ । ଅଫିସ୍ କାମ କରିବା ବେଳେ ମନକୁ ବିଭିନ୍ନ ପ୍ରକାର ଯୋଜନା ଆସିବ । ପରିଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ
ବିଶାଖା- ଜମି ବିବାଦୀୟ ପରିସି୍ଥତି ଭିନ୍ନରୂପ ନେଇପାରେ । ବିଦ୍ୟାର୍ଥୀ ମାନେ ଜୋରଦାର ଉଦ୍ୟମ କରି ସଫଳତା ପାଇବେ । ପଛ କଥା ନଭାବି ବର୍ତମାନ ପରିସ୍ଥିତିକୁ ସାମ୍ନା କରିବେ
ପ୍ରତିକାର- ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩