• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd April 2023: ଏହି ରାଶିର ବ୍ୟକ୍ତି ଆଜି ନୂତନ ବାହନ ଆଦି ପ୍ରାପ୍ତି ହେବାର ଯୋଗ ରହିଛି

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର । ଚନ୍ଦ୍ର – ବୃଷ ଅହୋରାତ୍ର,ତିଥି – ୨ୟା ପ୍ରାତଃ ୦୭.୪୯ ଗତେ ୩ୟା,ଘାତ ଚନ୍ଦ୍ର – ବୃଷ, ସିଂହ ଓ କନ୍ୟା ,ଘାତ ବାର – କର୍କଟ , ମିଥୁନ ପ୍ରାତଃ ୦୭.୪୯ ଗତେ ସିଂହ, ଧନୁ ଓ କୁମ୍ଭ,ପୁଷ୍କର ଦୋଷ – ତିଳକାଞନ ଦାନ ପ୍ରାତଃ ୦୭.୪୯ ଗତେ ୨ପାଦ -କୃଷି ଓ ବଂଶହାନି – ଭୂମି ଓ ତିଳକାଞନ ଦାନ ରାତ୍ରି ୧୧.୨୫ ଗତେ ୧ପାଦ କୃଷିହାନି-ଭୂମିଦାନ ।

Leo

ସିଂହ

Saturday 22 Apr 2023

ମଘା- ମାନସିକ ସ୍ତରରେ ଉନ୍ନତି ଆସିବ । ଆରୋଗ୍ୟ ଲାଭ ସହ ବୈଦ୍ଧିକ ବିକାଶ ଘଟିବ । ଘରକୁ ଅତିଥିଙ୍କ ଆଗମନ ହୋଇପାରେ । ପରିବହନ, କଳା, ବାଣିଜ୍ୟରେ ଲାଭାନ୍ୱିତ ହୋଇ ପାରନ୍ତି ।

ପୂ- ଫାଲ୍‌ଗୁନୀ- ରାଜନିତିରେ ଉଦ୍ୟମରେ ଅହେତୁକ ବାଧାବିଘ୍ନ ଦେଇ ଗତି କରିପାରନ୍ତି । କ୍ରିଡା କ୍ଷେତ୍ରରେ ଉଲେଖନୀୟ ସଫଳତା ମିଳିପାରେ । ଚାକିରିରେ ପ୍ରାଧ୍ୟନତା ମିଳିବ । ବିଦ୍ୟାର୍ଥୀ ମାନେ ପଢାରେ ମନ ଲଗାଇବେ ।

ଉ- ଫାଲ୍‌ଗୁନୀ- କୋର୍ଟକଚେରି ମାମଲାରେ ଲାଗିରହିଥିବା ଅଚଳାବସ୍ଥା ଦୂରିଭୂତ ହେବ । ମହିଳା ମାନଙ୍କର ଧାର୍ମିକ ଭାବନା ଉଦେୟ ହେବ । ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭଦାୟକ ।

ପ୍ରତିକାର – ମାଆ ଭୂବନେଶୂରୀଙ୍କ ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :