• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd April 2023: ଏହି ରାଶିର ବ୍ୟକ୍ତି ଆଜି ନୂତନ ବାହନ ଆଦି ପ୍ରାପ୍ତି ହେବାର ଯୋଗ ରହିଛି

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର । ଚନ୍ଦ୍ର – ବୃଷ ଅହୋରାତ୍ର,ତିଥି – ୨ୟା ପ୍ରାତଃ ୦୭.୪୯ ଗତେ ୩ୟା,ଘାତ ଚନ୍ଦ୍ର – ବୃଷ, ସିଂହ ଓ କନ୍ୟା ,ଘାତ ବାର – କର୍କଟ , ମିଥୁନ ପ୍ରାତଃ ୦୭.୪୯ ଗତେ ସିଂହ, ଧନୁ ଓ କୁମ୍ଭ,ପୁଷ୍କର ଦୋଷ – ତିଳକାଞନ ଦାନ ପ୍ରାତଃ ୦୭.୪୯ ଗତେ ୨ପାଦ -କୃଷି ଓ ବଂଶହାନି – ଭୂମି ଓ ତିଳକାଞନ ଦାନ ରାତ୍ରି ୧୧.୨୫ ଗତେ ୧ପାଦ କୃଷିହାନି-ଭୂମିଦାନ ।

Pisces

ମୀନ

Saturday 22 Apr 2023

ପୂ, ଭାଦ୍ରପଦ-ବନ୍ଧୁ ମାନଙ୍କ ସହିତ ହସ ଖୁସିରେ ସମୟ କଟାଇବେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ । ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି ।

ଉ, ଭାଦ୍ରପଦ- କର୍ମ କ୍ଷେତ୍ରରେ ଅନ୍ୟ ମାନେ ଆପଣଙ୍କର କର୍ମ କରିବାର ଶୈଳିକୁ ବୁଝିପାରିବେ ନାହିଁ । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ । ବିଦ୍ୟାର୍ଥୀ ମାନେ ଏକାଗ୍ରତା ରକ୍ଷା କରିବେ ।

ରେବତୀ- ରାଜନିତି ବିରୋଧୀ ସମ୍ମୁଖିନ ହେଲେ ମଧ୍ୟ ବିରୋଧୀ ଦଳ କିଛି କ୍ଷତି କରି ପାରିବେ ନାହିଁ । ସଞ୍ଚୟ ଅଧିକ କରି ଖର୍ଚ୍ଚ କମ୍ କରନ୍ତୁ ନଚେତ୍ ହଇରାଣ ହୋଇପାରନ୍ତି । ଜମିଜମା କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି ।

ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :