• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd October 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ବାଣିଜ୍ୟ ପାଇଁ ବିଦେଶକୁ ଯିବାର ଯୋଗ ରହିଛି

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ମଙ୍ଗଳବାର । ଚନ୍ଦ୍ର- ମିଥୁନ ଅହୋରାତ୍ର ତିଥି- ୬ଷ୍ଠୀ ରାତ୍ରି ୦୧.୨୯ ଗତେ ୭ମୀଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ରଘାତବାର- ମକର ରାଶି,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୧.୨୯ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନ ଦାନ ନିଶାନ୍ତ ୦୫.୩୮ ଗତେ ପୁନର୍ବସୁ ୩ ପାଦ-କୃଷି , ପଶୁ ଓ ବଂଶହାନି-ଭୂମି , ଅନ୍ନ ଓ ତିଳକାଞ୍ଚନ ଦାନ ।

Scorpio

ବିଛା

Tuesday 22 Oct 2024

ବିଶାଖା- ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବେ । କର୍ମ କ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ । ପରିବାରର ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ

ଅନୁରାଧା- ପିଲାମାନଙ୍କ ପାଠ ପଢାକୁ ନେଇ ଚିନ୍ତିତ ରହିବେ । ମହିଳା ମାନେ କଠିନ ପରିଶ୍ରମ କରିବେ । ଅଫିସ୍ ରେ ଉପରିସ୍ଥ ଅଧିକାରୀଙ୍କର ସାହାର‌୍ୟ୍ୟ ସହଯୋଗ ପାଇବେ

ଜ୍ୟେଷ୍ଠା- ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଅଶାନ୍ତି ଥିଲେ ତାହା ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ସରକାରୀ କ୍ଷେତ୍ରରୁ ଆଶା କରିଥିବା କୌଣସି କାଗଜପତ୍ର ସମ୍ପର୍କିତ ଶୁଭ ସୂଚନା ପାଇ ମନ ଖୁସୀ ହୋଇଯିବ।

ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :