କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର । ଚନ୍ଦ୍ର- ବିଛା ସନ୍ଧ୍ୟା ୦୫.୪୦ ଗତେ ଧନୁ । ତିଥି- ୯ମୀ ଦିବା ୦୧.୧୯ ଗତେ ୧୦ମୀ ।
ଅଶ୍ୱନୀ – ପୁରୁଣା ରୋଗରୁ ଆରୋଗ୍ୟ ଲାଭ କରିବେ । ବନ୍ଧୁଙ୍କ ସହ କଥାବାର୍ତ୍ତାରେ ଭଲ ପରାମର୍ଶ ପାଇବେ । ଖଣିଜ, ଧାତବ ଦ୍ରବ୍ୟ, ଖାଦ୍ୟଦ୍ରବ୍ୟାଦି ବ୍ୟବସାୟରୁ ଲାଭ ମିଳିବ ।
ଦ୍ୱିଜା – ଦକ୍ଷତା ପାଇଁ ପ୍ରଂଶସିତ ହେଲେ ମଧ୍ୟ ପଦୋନ୍ନତି ମିଳି ନପାରେ । ସାମାଜିକ ଗଣମାଧ୍ୟମରେ ଦୀର୍ଘଦୀନ ଧରି ରହିବେ । ସରକାରୀ ଚାକିରିଆଙ୍କୁ ଭଲ କାମ ପାଇଁ ପ୍ରୋତ୍ସାହନ ମିଳିବ ।
କୃତିକା – ବିଦ୍ୟାର୍ଥୀ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ଭରିବେ । ମହିଳା ମାନଙ୍କର ଜୀବନ ସୁଖ ସନ୍ତୋଷରେ କଟିବ । ରାଜନୈତିଜ୍ଞ ମାନେ ବାସ୍ତବତା ହୃଦୟଙ୍ଗମ କରି ଦରିଦ୍ର ଜନତାଙ୍କ ସେବା କରିବେ ।
ପ୍ରତିକାର - କୌଣସି ଲାଲ୍ ବର୍ଣ୍ଣର କୁକୁରକୁ ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯
କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର । ଚନ୍ଦ୍ର- ବିଛା ସନ୍ଧ୍ୟା ୦୫.୪୦ ଗତେ ଧନୁ । ତିଥି- ୯ମୀ ଦିବା ୦୧.୧୯ ଗତେ ୧୦ମୀ ।ଘାତଚନ୍ଦ୍ର- ସନ୍ଧ୍ୟା ୦୫.୪୦ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।