ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧବାର । ଚନ୍ଦ୍ର – ମୀନ ଅହୋରାତ୍ର,ତିଥି – ୩ୟା ରାତ୍ରି ୦୩.୨୪ ଗତେ ୪ର୍ଥୀ,ଘାତ ଚନ୍ଦ୍ର – ଧନୁ ଅହୋରାତ୍ର,ଘାତ ବାର- କର୍କଟ,ପୁଷ୍କର ଦୋଷ – ୧ ପାଦ - କୁଟୁମ୍ଭ ହାନି- ତିଳକାଞନ ଦାନ ପ୍ରାତଃ ୦୬.୩୮ ପର୍ଯ୍ୟନ୍ତ ।
ବିଶାଖା- ଅଧିକ ଚିନ୍ତା କରିଲେ ମାନସିକ ଶାନ୍ତି ଭଙ୍ଗ ହେବ । ପ୍ରେମ ଜୀବନ ଭଲ ରହିବ । ଦୀର୍ଘଦିନ ଧରି ପ୍ରୟାସ କରି ଆସୁଥିବା କାମରେ ସଫଳ ହେବେ। ଚାକିରିରେ କ୍ରୋଧର ବଶବର୍ତୀ ହୁଅନ୍ତୁ ନାହିଁ ।
ଅନୁରାଧା- ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ । ଶିକ୍ଷାର୍ଥୀ ଏକାନ୍ତରେ ପାଠ ପଢିବା ପାଇଁ ଚେଷ୍ଟା କରନ୍ତୁ । ରାଜନୀତିରେ କିଛି ସମସ୍ୟା ଆପଣ ବିଚଳିତ କରିପାରେ
ଜ୍ୟୋଷ୍ଠା- ପୈତୃକ ସମ୍ପତିକୁ ନେଇ ନିଜ ଲୋକ କ୍ଷତି କରିବା ପାଇଁ ଚେଷ୍ଟା କରିବେ । ମହିଳା ମାନେ ଉଚ୍ଚମନା ରହିବେ । ମନୋରଞନ କାର୍ୟ୍ୟରେ ବା କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ ।
ପ୍ରତିକାର – ମା ମଙ୍ଗଳା ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯