• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22 Jan 2024: ଏହି ରାଶିର ବ୍ୟକ୍ତି ଶାରୀରିକ ଅସୁସ୍ଥ ଅନୁଭବ କରିପାରନ୍ତି

ସୌର ମକର ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ ସୋମବାର । ଚନ୍ଦ୍ର- ବୃଷ ଦିବା ୦୪.୨୨ ଗତେ ମିଥୁନ । ତିଥି- ୧୨ଶୀ ରାତ୍ରି ୦୭.୫୨ ଗତେ ୧୩ଶୀ । ଘାତଚନ୍ଦ୍ର- ବିଛା ରାଶିର ଦିବା ୦୪.୨୨ ଗତେ କନ୍ୟା ରାଶିର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ୧ ପାଦ ପଶୁ ସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୭.୫୨ ପର୍ଯ୍ୟନ୍ତ ।

Sagittarius

ଧନୁ

Monday 22 Jan 2024

ମୂଳା- ପାରିବାରିକ ସ୍ତରରେ ଭଉଣୀ କିମ୍ବା ସ୍ତ୍ରୀଙ୍କ ତରଫରୁ ପ୍ରତିରୋଧ ଆସିପାରେ । ଆନୁଷ୍ଠାନିକ କାମ ସକାଶେ ତତ୍ପର ହେବେ । ମନ ଚାହୁଁ ନ ଥିବା କେତେକ କାମ ପରିସ୍ଥିତିରେ ପଡି କରିବାକୁ ବାଧ୍ୟ ହେବେ ।

ପୂ,ଷାଢା- କେତେକ କ୍ଷେତ୍ରରେ ଅନ୍ୟକୁ ଖୁସି କରିବାକୁ ଯାଇ ନିଜର ସ୍ୱାର୍ଥକୁ ବଳି ଦେଇପାରନ୍ତି । ଘରୋଇ କଥା ମନରେ ବାରମ୍ବାର ଆଲୋଡ଼ନ ସୃଷ୍ଟି କରି ଚିନ୍ତାଧାରାକୁ ବିକ୍ଷିପ୍ତ କରିଦେବ।

ଉ,ଷାଢା- ଜଣେ ବନ୍ଧୁଙ୍କୁ ଅନୁରୋଧ କରି ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିବେ । ଗୃହସୀମାଜନିତ ବିବାଦ, କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ପିଲାମାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ରହିପାରନ୍ତି ।

ପ୍ରତିକାର- ହନୁମାନଙ୍କ ପାଖରେ ଭୋଗ ଲଗାନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :