• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22 Jan 2024: ଏହି ରାଶିର ବ୍ୟକ୍ତି ଶାରୀରିକ ଅସୁସ୍ଥ ଅନୁଭବ କରିପାରନ୍ତି

ସୌର ମକର ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ ସୋମବାର । ଚନ୍ଦ୍ର- ବୃଷ ଦିବା ୦୪.୨୨ ଗତେ ମିଥୁନ । ତିଥି- ୧୨ଶୀ ରାତ୍ରି ୦୭.୫୨ ଗତେ ୧୩ଶୀ । ଘାତଚନ୍ଦ୍ର- ବିଛା ରାଶିର ଦିବା ୦୪.୨୨ ଗତେ କନ୍ୟା ରାଶିର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ୧ ପାଦ ପଶୁ ସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୭.୫୨ ପର୍ଯ୍ୟନ୍ତ ।

Gemini

ମିଥୁନ

Monday 22 Jan 2024

ମୃଗଶିରା- ପରିଶ୍ରମଜନିତ ଶାରୀରିକ ଅସୁସ୍ଥ ଅନୁଭବ କରିପାରନ୍ତି । କଳା, ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ପାଇବେ । ବନ୍ଧୁଙ୍କ ପାଖରେ ସମସ୍ୟାକୁ ଜଣାନ୍ତୁ; ଅବଶ୍ୟ ସହଯୋଗ ମିଳିଯିବ ।

ଆଦ୍ରା- ଆର୍ଥିକ ଦିଗଟି ଭଲ ହେଲେ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ଦୁଃଶ୍ଚିନ୍ତା ବଢ଼ିଯିବ । ପରିବାରରେ ପିଲାମାନଙ୍କ ଶୃଙ୍ଖଳା ଓ ଶିକ୍ଷା ବିଷୟ ନେଇ ଚିନ୍ତାପ୍ରକଟ କରିବେ । ପରିସ୍ଥିତିକୁ ଲକ୍ଷ୍ୟ ରଖି କାମ କରିବା ଭଲ ।

ପୁନର୍ବସୁ- ଆପଣଙ୍କ ସାହାଯ୍ୟକାରୀ ମନୋବୃତ୍ତି ହେତୁ ସହକର୍ମୀଙ୍କ ସହ ସଦ୍ଭାବ ବଢ଼ିବ। ଘରକୁ ଫେରିବା ସମୟରେ କିଛି ମୂଲ୍ୟବାନ ଜିନିଷ ଆଣିପାରନ୍ତି । ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ ।

ପ୍ରତିକାର- ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :