• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22 Jan 2024: ଏହି ରାଶିର ବ୍ୟକ୍ତି ଶାରୀରିକ ଅସୁସ୍ଥ ଅନୁଭବ କରିପାରନ୍ତି

ସୌର ମକର ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ ସୋମବାର । ଚନ୍ଦ୍ର- ବୃଷ ଦିବା ୦୪.୨୨ ଗତେ ମିଥୁନ । ତିଥି- ୧୨ଶୀ ରାତ୍ରି ୦୭.୫୨ ଗତେ ୧୩ଶୀ । ଘାତଚନ୍ଦ୍ର- ବିଛା ରାଶିର ଦିବା ୦୪.୨୨ ଗତେ କନ୍ୟା ରାଶିର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ୧ ପାଦ ପଶୁ ସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୭.୫୨ ପର୍ଯ୍ୟନ୍ତ ।

Aquarius

କୁମ୍ଭ

Monday 22 Jan 2024

ଧନିଷ୍ଠା- ନିର୍ଦ୍ଦିଷ୍ଟ ସମୟରେ ଆଶା କରୁଥିବା ବନ୍ଧୁଙ୍କ ନିକଟରୁ ଅର୍ଥଲାଭ ଘଟିବ । ଯେଉଁ କଥା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ । ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ନ ପାଇ ବ୍ୟସ୍ତ ହୋଇପଡିବେ ।

ଶତଭିଷା- କାର୍ଯ୍ୟ ହାସଲ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ରେ କୌଣସି ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ର ସକାଶେ ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି ।

ପୂ,ଭାଦ୍ରପଦ- ମନ ବୁଝିଲା ଭଳି କଥା କହି ପରକୁ ଆପଣେଇ ନେବା । କଳା, ସାହିତ୍ୟ, ସଭାସମିତି ଓ ମନୋରଞ୍ଜନରେ ଆଗ୍ରହୀ ହୋଇପାରନ୍ତି ।

ପ୍ରତିକାର- ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :