• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22 August 2023: ଆଜି ଏହି ରାଶିର ବ୍ୟକ୍ତି ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ

ସୌର ସିଂହମାସ ଶ୍ରାବଣ( ଶୁଦ୍ଧ) ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ମଙ୍ଗଳବାର । ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ୬ ଷ୍ଠୀ ରାତ୍ରି ୦୩.୦୬ ଗତେ ୭ମୀ । ଘାତ ଚନ୍ଦ୍ର- ନାସ୍ତି । ଘାତବାର- ମକର । ପୁଷ୍କର ଦୋଷ- ୧ ପାଦ- କୃଷିହାନି- ଭୂମିଦାନ ରାତ୍ରି ୦୩.୦୬ ଗତେ ୨ ପାଦ- କୃଷି ଓ ପଶୁହାନୀ-ଭୂମି ଓ ଅନ୍ନଦାନ ।

Scorpio

ବିଛା

Tuesday 22 Aug 2023

ବିଶାଖା- ପାରିବାରିକ ମାଙ୍ଗଳିକ କାର୍ଯ୍ୟର ସୂଚନା ମିଳିବ । ବ୍ୟବସାୟରେ ପ୍ରତିଷ୍ଠା ଲାଭ କରିବେ । କମ୍ ପରିଶ୍ରମ କରି ନିଜର ଉଦ୍ଦେଶ୍ୟ ହାସଲ କରିନେବେ । ପ୍ରିୟତମଙ୍କ ସହିତ ସମ୍ବନ୍ଧ ଭଲ ରହିବ ।

ଅନୁରାଧା- ଶିକ୍ଷା କ୍ଷେତ୍ରରେ ଅଶୁଭ ପ୍ରଭାବ ପଡିବ । ରାଜନୀତିରେ ଥିବା ବ୍ୟକ୍ତି ମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ । କର୍ମକ୍ଷେତ୍ରରେ ଅନିଚ୍ଛା ସତ୍ୱେ ପ୍ରତିକ୍ରିୟାକୁ ପ୍ରକାଶ କରନ୍ତୁ ନାହିଁ । ସାମାଜିକ ମାନସମ୍ମାନ ବାଧା ପ୍ରାପ୍ତ ହେବ

ଜ୍ୟୋଷ୍ଠା- କୋର୍ଟ,କଚେରୀ ମାମଲା ଆପଣଙ୍କ ସପକ୍ଷରେ ଯିବ । ମହିଳା ମାନେ ପୂଜା ପାଠରେ ମନୋନିବେଶ କରିବେ । ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଋଣ ସୂତ୍ରରେ ଅର୍ଥ ପାଇ ପାରନ୍ତି ।

ପ୍ରତିକାର – ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଲାଲ୍