• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22 August 2023: ଆଜି ଏହି ରାଶିର ବ୍ୟକ୍ତି ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ

ସୌର ସିଂହମାସ ଶ୍ରାବଣ( ଶୁଦ୍ଧ) ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ମଙ୍ଗଳବାର । ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ୬ ଷ୍ଠୀ ରାତ୍ରି ୦୩.୦୬ ଗତେ ୭ମୀ । ଘାତ ଚନ୍ଦ୍ର- ନାସ୍ତି । ଘାତବାର- ମକର । ପୁଷ୍କର ଦୋଷ- ୧ ପାଦ- କୃଷିହାନି- ଭୂମିଦାନ ରାତ୍ରି ୦୩.୦୬ ଗତେ ୨ ପାଦ- କୃଷି ଓ ପଶୁହାନୀ-ଭୂମି ଓ ଅନ୍ନଦାନ ।

Leo

ସିଂହ

Tuesday 22 Aug 2023

ମଘା- ଶାରୀରିକ ଅସୁସ୍ଥତା ଦୂରହେବା ସହ ଅଧିକାରୀ କାମରେ ପ୍ରସନ୍ନ ରହିବେ । ସରକାରୀ ଚାକିରିଆଙ୍କୁ ଭଲ କାମ ପାଇଁ ପ୍ରୋତ୍ସାହନ ମିଳିବ । ଜୀବନସାଥୀଙ୍କ ସହଯୋଗରେ ଆଗକୁ ବଢିବାର ସୁଯୋଗ ପାଇବେ ।

ପୂ- ଫାଲ୍‌ଗୁନୀ- କର୍ମ କ୍ଷେତ୍ରରେ ଏଭଳି ସୁଯୋଗ ପାଇବେ, ଯାହା ଦ୍ୱାରା ଆପଣ ବହୁତ୍ ଲାଭବାନ୍ ହେବ । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ । ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ।

ଉ- ଫାଲ୍‌ଗୁନୀ- କୋର୍ଟ କଚେରୀ ମାମଲାରେ ଅଶୁଭ ଖବର ମିଳିପାରେ । ରାଜନୀତି କ୍ଷେତ୍ରରେ ବିଶିଷ୍ଠ ବ୍ୟକ୍ତିଙ୍କ ସହିତ ଭଲ ସମ୍ପର୍କ ବୃଦ୍ଧି ହେବ । ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନେ କମ୍ ପରିଶ୍ରମରେ ଅଧିକ ଫଳ ପାଇବେ ।

ପ୍ରତିକାର- ଶ୍ରୀ ମାତଙ୍ଗୀଙ୍କ ପୂଜା କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :