ସୈାର କୁମ୍ଭ ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀରେ ୨୧ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ପ୍ରାତଃ ୦୭.୪୪ ଗତେ କର୍କଟ । ତିôଥ- ୧୨ଶୀ ଦିବା ୧୧.୨୭ ଗତେ ୧୩ଶୀ, ଘାତଚନ୍ଦ୍ର- କନ୍ୟା ରାଶିର ପ୍ରାତଃ ୦୭.୪୪। ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶ ହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୧.୨୭ ଗତେ ୧ ପାଦ-କୁଟୁମ୍ବହାନି- ତିଳକାଞ୍ଚନ ଦାନ ଦିବା ୦୨.୧୮ ପର୍ଯ୍ୟନ୍ତ ।
ଧନିଷ୍ଠା- କର୍ମ କ୍ଷେତ୍ରରେ ବହୁ ବାଧା ସହି ସଫଳତା ହାସଲ କରିବେ । ଶତୃ ବୃଦ୍ଧି ପାଇବ କିନ୍ତୁ ନିଜଲୋକ ସହାୟତା କରିବେ । ପାରିବାରିକ ସମସ୍ୟାକୁ ସମାଧାନ କରିବା ସକାଶେ ଚେଷ୍ଟିତ ହେବେ । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ ।
ଶତଭିଷା- ଚାକିରୀରେ ସାମାନ୍ୟ ଅବହେଳା କରିବେ । ବିଦ୍ୟାର୍ଥି ମାନେ ଉତମ ଫଳ ପାଇବେ । ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରିବାକୁ ପଡ଼ିପାରେ ।
ପୂ,ଭାଦ୍ରପଦ- ବିବାଦୀୟ ଘଟଣାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ । ରାଜନୀତିରେ ପଦବୀ ପ୍ରାପ୍ତ ହୋଇପାରେ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ।
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ ।
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮