• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st May 2023: ଏହି ରାଶିର ବ୍ୟକ୍ତି ଆଜି କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୧ ତାରିଖ ରବିବାର । ଚନ୍ଦ୍ର – ବୃଷ ରାତ୍ରି ୦୯.୪୭ ଗତେ ମିଥୁନ,ତିଥି – ୨ୟା ରାତ୍ରି ୧୦.୦୯ ଗତେ ୩ୟା । ଘାତ ଚନ୍ଦ୍ର – ବିଛା ରାତ୍ରି ୦୯.୪୭ ଗତେ କନ୍ୟା,ଘାତ ବାର – ମେଷ,ପୁଷ୍କର ଦୋଷ – ୨ ପାଦ- କୃଷି ଓ ପଶୁହାନି- ଭୂମି - ଅନ୍ନଦାନ ରାତ୍ରି ୧୦.୦୯ ଗତେ ୧ ପାଦ ।

Scorpio

ବିଛା

Sunday 21 May 2023

ବିଶାଖା- ବ୍ୟବସାୟ ପଥ ସୁଗମ ହେବା ସହ , ସୁଖ, ସମୃଦ୍ଧି ବଢିବ । ମହିଳା ମାନେ ସମ୍ମାନୀୟ ହେବେ । ଆମୋଦ, ପ୍ରମୋଦ ଭିତରେ ଆଜି ଦିନ କଟିବ । କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । ସାଂସାରିକ ଜୀବନ ଆନନ୍ଦ ଉଲ୍ଲାସରେ କଟିବ

ଅନୁରାଧା- ପିଲାମାନେ ଅସୁସ୍ଥତା ବଶତଃ କର୍ତବ୍ୟରେ ତ୍ରୁଟି କରିପାରନ୍ତି । ମନରେ ବିଭିନ୍ନ ପ୍ରକାରର ଭାବନା ସୃଷ୍ଟି ହୋଇପାରେ । ରାଜନୀତିରେ ଲୋକ ସପଂର୍କ ବୃଦ୍ଧି ପାଇବ । ଅନ୍ୟମାନଙ୍କ ସହେଯାଗ ପାଇ ଉପକୃତ ହେବେ

ଜ୍ୟୋଷ୍ଠା- ନିଜର ଆଦର୍ଶ ପ୍ରତିଷ୍ଠା ମୂଖ୍ୟ କାମନା ହେବ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସପଂର୍କ ସ୍ଥାପନ କରିବ। ଫଳରେ ଆପଣଙ୍କର ବହୁତ ଲାଭ ହେବ । ମାଙ୍ଗଳିକ କାର‌୍ୟ୍ୟରେ ଯୋଗ ଦେଇ ଅଶେଷ ସୁଖ ଲାଭ କରିବେ । ଚାକିରୀ କ୍ଷେତ୍ରରେ ସମ୍ମାନ ଲାଭ କରିବେ

ପ୍ରତିକାର – ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :