• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st Febryary 2025: ଆଜି ଏହି ରାଶିର ବ୍ୟକ୍ତି ବ୍ୟବସାୟରେ ଲାଭବାନ ହେବେ...

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର । ଚନ୍ଦ୍ର- ବିଛା ଅହୋରାତ୍ର,ତିଥି- ୮ମୀ ଦିବା ୧୧.୫୭ ଗତେ ୯ମୀଘାତଚନ୍ଦ୍ର- ନାସ୍ତି,ଘାତବାର- ବିଛା, ଧନୁ ଓ ମୀନ ରାଶିର,ପୁଷ୍କର ଦୋଷ- ନାସ୍ତି ।

Sagittarius

ଧନୁ

Friday 21 Feb 2025

ମୂଳା- ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ । ବିବାହ ଆଦି ଶୁଭ କାର‌୍ୟ୍ୟରେ ଯୋଗ ଦେଇ ମନ ଖୁସି ରହିବ । ପର‌୍ୟ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଧନଲାଭର ଯୋଗ ଅଛି

ପୂ,ଷାଢା- ପଢାପଢିରେ ଶୁଭଫଳ ମିଳିବ । କାର‌୍ୟ୍ୟ କ୍ଷେତ୍ରରେ ଏଭଳି ସୁଯୋଗ ପାଇବେ , ଯାହା ଦ୍ୱାରା ଭବିଷ୍ୟତ ଉଜ୍ଜଳ ହେବ । ନୂଆ ନୂଆ ବନ୍ଧୁ ସୃଷ୍ଟି କରିବେ

ଉ,ଷାଢା- କର୍ମକ୍ଷେତ୍ରରେ କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବାକୁ ପଡିପାରେ । ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତି ପୋଷଣ କରିବା କାରଣରୁ ଅଶାନ୍ତି ସୃଷ୍ଟି ହୋଇପାରେ ।

ପ୍ରତିକାର – ଶ୍ରୀ ରାମଙ୍କ ସ୍ତୋତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :