• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 20th October 2023: ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ, ଧନଲାଭର ଯୋଗ

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ ଶୁକ୍ରବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୬ଷ୍ଠୀ ରାତ୍ରି ୧୧.୨୫ ଗତେ ୭ମୀ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତବାର- ବିଛା, ଧନୁ ଓ ମୀନ । ପୁଷ୍କର ଦୋଷ- ରାତ୍ରି ୧୧.୨୫ ଗତେ ୧ ପାଦ ପଶୁସମ୍ପଦ ନାଶ-ଅନ୍ନ ଦାନ ।

Capricorn

ମକର

Friday 20 Oct 2023

ଉ, ଷାଢା- ପାରିବାରିକ କ୍ଷେତ୍ରରେ ନିଜ ନିଷ୍ପତ୍ତିକୁ ହଠାତ୍ ବଦଳାଇପାରନ୍ତି । ପରୋକ୍ଷ ଶତ୍ରୁତା କାରଣରୁ ସତର୍କରେ ନଚଳିଲେ ବିବାଦ ଭିତରକୁ ଟାଣି ହୋଇ ପାରନ୍ତି। ଚେଷ୍ଠା କରୁଥିବା କାମରେ ଓ ସଫଳତାରେ ଆନନ୍ଦ ଅନୁଭବ କରିବେ ।

ଶ୍ରବଣା- ସାଂସ୍କୃତିକ କାର‌୍ୟ୍ୟକ୍ରମରେ ଯୋଗ ଦେବା ସକାଶେ ଆହୂତ ହୋଇପାରନ୍ତି । ରାଜନୀତି ଦୃଢ ହେବା ସହିତ ମୂଖ୍ୟ ଭୂମିକା ନିର୍ବାହ କରିବେ । ବାକି ଥିବା ଅର୍ଥ ପାଇବା ପରେ ବ୍ୟବସାୟୀ ମାନେ ନୂତନ ବ୍ୟବସାୟର ପରିକଳ୍ପନା କରିବେ । 

ଧନିଷ୍ଠା- କଳା,ସାହିତ୍ୟ, ସଙ୍ଗୀତ, ରାଜନୀତି, ସାମ୍ବାଦିକତା, ଆଇନ ଓ ଅଦାଲତ କ୍ଷେତ୍ରରୁ ଶୁଭଫଳ ପାଇବେ। ଅନେକ ସୂତ୍ରରୁ କିଛି ଧନ ସମ୍ପତି ପାଇ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ ।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮

ପ୍ରତିକାର - ହନୁମାନଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ