• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 20th October 2023: ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ, ଧନଲାଭର ଯୋଗ

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ ଶୁକ୍ରବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୬ଷ୍ଠୀ ରାତ୍ରି ୧୧.୨୫ ଗତେ ୭ମୀ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତବାର- ବିଛା, ଧନୁ ଓ ମୀନ । ପୁଷ୍କର ଦୋଷ- ରାତ୍ରି ୧୧.୨୫ ଗତେ ୧ ପାଦ ପଶୁସମ୍ପଦ ନାଶ-ଅନ୍ନ ଦାନ ।

Scorpio

ବିଛା

Friday 20 Oct 2023

ବିଶାଖା- ପରିବାରର ଲୋକଙ୍କ ସହଯୋଗ ମନୋଭାବରୁ ଖୁସି ରହିବେ । ସାମୟିକ ପ୍ରତିବନ୍ଧକ କାରଣରୁ କର୍ମକ୍ଷେତ୍ରରେ ସୁଯୋଗର ସଦ୍ବ୍ୟବହାର କରିବା କଷ୍ଟକର ହୋଇପାରେ। ହସ୍ତା ନକ୍ଷତ୍ର ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ ।

ଅନୁରାଧା- ପରିବାରର ସହମତିରେ ନୂତନ କର୍ମାରମ୍ଭ  କରିପାରନ୍ତି। କର୍ମକ୍ଷେତ୍ରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ। ସାହିତ୍ୟ, ସାମ୍ବାଦିକତା ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରହେବ।

ଜ୍ୟୋଷ୍ଠା- ଅର୍ଥନୈତିକ, ସାମାଜିକ, ରାଜନୈତିକ କ୍ଷେତ୍ରରେ ସମ୍ମାନ ଅକ୍ଷୁଣ୍ଣ ରହିବ। କଚେରି ମାମଲା, ଘରୋଇ କ୍ଷେତ୍ରରେ ଟେନ୍ସନ ଦୂରହେବ । କୋର୍ଟ କଚେରୀ ମାଲିମୋକଦ୍ଦମା, ବାଦବିବାଦର ସମାଧାନ କରି ପାରିବେ । 

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯

ପ୍ରତିକାର - ବିଦ୍ଧି ପୂର୍ବକ ଶିବଙ୍କର ପୂଜା କରନ୍ତୁ