ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ ଶୁକ୍ରବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୬ଷ୍ଠୀ ରାତ୍ରି ୧୧.୨୫ ଗତେ ୭ମୀ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତବାର- ବିଛା, ଧନୁ ଓ ମୀନ । ପୁଷ୍କର ଦୋଷ- ରାତ୍ରି ୧୧.୨୫ ଗତେ ୧ ପାଦ ପଶୁସମ୍ପଦ ନାଶ-ଅନ୍ନ ଦାନ ।
ଉ- ଫାଲ୍ଗୁନୀ- ଅର୍ଥାଭାବ କାରଣରୁ ମାନସିକ ସ୍ଥିତି ସେତେଟା ଭଲ ରହି ନପାରେ । ତରବର ନହୋଇ ଧୀରସ୍ଥିର ମନ ନେଇ କାମକଲେ ସମସ୍ୟାର ସରଳ ସମାଧାନ ହେବ। କୈାଣସି ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସୂଚନା ରହିଛି ।
ହସ୍ତା- କର୍ମକ୍ଷେତ୍ରରେ, ସଭା ସମିତିରେ, ରାଜନୈତିକ ସ୍ଥିତିରେ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପଡୋଶୀଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇପଡିବେ । କଳା, ସାହିତ୍ୟ, ସଭାସମିତି ଓ ରାଜନୈତିକ ସ୍ତରରେ ଟେନ୍ସନ ଲାଗି ରହିବ।
ଚିତ୍ରା- ଜମିଜମା କାରବାର କିମ୍ବା ରେଜିଷ୍ଟ୍ରେସନ ସମ୍ପର୍କୀୟ ସମସ୍ୟାକୁ ନେଇ ବିବ୍ରତ ରହିପାରନ୍ତି । କ୍ରୀଡା, କଳା, କାରିଗରୀ, ପ୍ରଭୃତି କ୍ଷେତ୍ରର ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଗଣେଷଙ୍କୁ ଦ୍ୱବ ଦାନ କରନ୍ତୁ