ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ ଶୁକ୍ରବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୬ଷ୍ଠୀ ରାତ୍ରି ୧୧.୨୫ ଗତେ ୭ମୀ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତବାର- ବିଛା, ଧନୁ ଓ ମୀନ । ପୁଷ୍କର ଦୋଷ- ରାତ୍ରି ୧୧.୨୫ ଗତେ ୧ ପାଦ ପଶୁସମ୍ପଦ ନାଶ-ଅନ୍ନ ଦାନ ।
ମଘା- ମନରେ ସୁଖ, ସୌହାର୍ଦ୍ଦ୍ୟ ନଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। କୌଣସି ଜିନିଷ କ୍ରୟ କରିବା ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡିପାରେ।
ପୂ- ଫାଲ୍ଗୁନୀ- ଆର୍ଥିକ ଅନଟନ ଲାଗି ରହିବା କାରଣରୁ ବିଚଳିତବୋଧ କରି ପାରନ୍ତି। ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କୀୟ କୈାଣସି ଅନୁଚିନ୍ତା ସାୟାହ୍ନେ ଦୂର ହେବ। ଦୀର୍ଘ ଦିନରୁ ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ହୋଇପାରେ।
ଉ- ଫାଲ୍ଗୁନୀ- ମହିଳା ମାନେ ଉଦାର ସ୍ୱଭାବ ରହିବେ । ଉତରାଧିକାରୀ ସୂତ୍ରରେ କୈାଣସି ସମ୍ପତିର ମାଲିକାନା ପାଇପାରନ୍ତି । ଖେଳ କୁଦରେ ଖୁସି ରହିବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ