• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 20th October 2023: ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ, ଧନଲାଭର ଯୋଗ

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ ଶୁକ୍ରବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୬ଷ୍ଠୀ ରାତ୍ରି ୧୧.୨୫ ଗତେ ୭ମୀ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତବାର- ବିଛା, ଧନୁ ଓ ମୀନ । ପୁଷ୍କର ଦୋଷ- ରାତ୍ରି ୧୧.୨୫ ଗତେ ୧ ପାଦ ପଶୁସମ୍ପଦ ନାଶ-ଅନ୍ନ ଦାନ ।

Gemini

ମିଥୁନ

Friday 20 Oct 2023

ମୃଗଶିରା- ଶାରିରୀକ କ୍ଳାନ୍ତି ଓ ଅବସାଦ ଅନୁଭବ କରିବେ। ବନ୍ଧୁଙ୍କ ଗହଣରେ ନୂତନ ସ୍ଥାନ ପରିଦର୍ଶନରେ ଯିବାର ସୂଚନା ରହିଛି। ବ୍ୟବସାୟିକ ସ୍ଥିତି କେତେକାଂଶରେ ଚିନ୍ତାଜନକ ସ୍ଥିତିକୁ ଆସି ଯାଇପାରେ ।

ଆଦ୍ରା- ବିଭିନ୍ନ ସମସ୍ୟାକୁ ପ୍ରତିହତ କରି କର୍ମକ୍ଷେତ୍ରରେ ନିଜର ସ୍ଥିତିକୁ ସୁଦୃଢ କରିବାରେ ସମର୍ଥ ହେବେ। ପାରିବାରିକ ସ୍ତରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ ।

ପୁନର୍ବସୁ- ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିବାରେ ସମର୍ଥ ହେବେ। ଭୁଲ୍ ବୁଝାମଣାରୁ ମାନସିକ ଅବସାଦ ଦେଖାଦେଇପାରେ।ଅନ୍ୟର ଉପକାର କରି ନିଜେ କ୍ଷତିରେ ପଡିବେ । 

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫

ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ