ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ଦିବା ୦୮.୪୮ ଗତେ କର୍କଟ,ତିଥି- ୫ମୀ ଦିବା ୦୪.୪୯ ଗତେ ୬ଷ୍ଠୀ,ଘାତଚନ୍ଦ୍ର- କନ୍ୟା ରାଶିର ଦିବା ୦୮.୪୮ ପର୍ଯ୍ୟନ୍ତ,ଘାତବାର- କର୍କଟ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାତ୍ତନଦାନ ଦିବା ୦୨.୫୧ ପର୍ଯ୍ୟନ୍ତ
ପୁନର୍ବସୁ- ପ୍ରତ୍ୟେକ କାମକୁ ଦକ୍ଷତାର ସହ ସମ୍ପାଦନ କରିବାରେ ପ୍ରେରଣା ଯୋଗାଇବ। ଅନ୍ୟମାନଙ୍କ କାର୍ୟ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମକୁ ଚଳାଇ ନେବେ।
ପୁଷ୍ୟା- ଚାକିରୀରେ ବ୍ୟତିକ୍ରମ ଦେଖାଦେଇ ପାରେ । ରାଜନୀତିରେ ପଦମର୍ଯ୍ୟାଦା ମିଳିବ । ଛାତ୍ର ଛାତ୍ରୀ ମାନେ ପାଠ ପଢା କ୍ଷେତ୍ରରେ ପଛୁଆ ରହିପାରନ୍ତି
ଅଶ୍ଲେଷା-ନିର୍ବାଚନ କ୍ଷେତ୍ରରେ ଶତୃମାନଙ୍କୁ ମୁକାବିଲା କରି ପାରିବେ । ସମ୍ପତି ବଢାଇବାର ଯୋଜନା ସଫଳ ହେବ । ମହିଳା ମାନେ ଅଳ୍ପ ପ୍ରୟାସରେ କାମ ପୂର୍ଣ୍ଣ କରିବେ
ପ୍ରତିକାର – ଚନ୍ଦ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨