ସୈାର ମକର ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଶୁକ୍ରବାର । ଚନ୍ଦ୍ର – ଧନୁ ଅହୋରାତ୍ର,ତିଥି - ୧୩ଶୀ ଦିବା ୧୦.୦୦ ଗତେ ୧୪ଶୀ ,ଘାତ ଚନ୍ଦ୍ର – ତୁଳା , କୁମ୍ଭ ଅହୋରାତ୍ର,ଘାତ ବାର- ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ନାସ୍ତି ।
ଉ , ଫାଲଗୁନୀ – ମଧୁମେୟ ରୋଗର ସମ୍ମୁଖୀନ ହୋଇ ପାରନ୍ତି । ପରିବାରରେ ହସଖୁସିର ବାତାବରଣ ଜାରି ରହିବ । ଆପଣ କରିଆସୁଥିବା ଉଦ୍ୟମରେ ସଫଳ ହେବେ । ବିଦ୍ୟାରେ ଉନ୍ନତି କରିବେ ।
ହସ୍ତା – ପୂର୍ବ ବ୍ୟବସାୟ ଚୁକ୍ତିରୁ ଆପଣଙ୍କୁ ଅଚାନକ ଲାଭ ହେବ । କର୍ମକ୍ଷେତ୍ରରେ ପ୍ରତ୍ୟେକ ମୁଖରୁ ପ୍ରଂଶସାବାଣୀ ଶୁଣିବେ ଓ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କର ଆସ୍ଥାଭାଜନ ହେବେ । ଛାତ୍ରଛାତ୍ରି ମାନେ ପଢାରେ ମନୋନିବେଶ କରିବେ ।
ଚିତ୍ରା – ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି । ମହିଳା ମାନେ ବିଦେଶ ଯାତ୍ରା କରି ପାରିବେ । ସତର୍କ ହୋଇ ଟଙ୍କା ଖର୍ଚ୍ଚ ନକରିଲେ ଅସୁବିଧାରେ ପଡିପାରନ୍ତି । ସିନେତାରକା ମାନେ ଭଲ ନାମ କମାଇବେ ।
ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫