ସୈାର ମକର ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଶୁକ୍ରବାର । ଚନ୍ଦ୍ର – ଧନୁ ଅହୋରାତ୍ର,ତିଥି - ୧୩ଶୀ ଦିବା ୧୦.୦୦ ଗତେ ୧୪ଶୀ ,ଘାତ ଚନ୍ଦ୍ର – ତୁଳା , କୁମ୍ଭ ଅହୋରାତ୍ର,ଘାତ ବାର- ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ନାସ୍ତି ।
ଧନିଷ୍ଠା – ଜୀବନ ଶୈଳୀରେ ସାବଧାନତା ଅବଲମ୍ବନ କଲେ ସବୁ ପୁରୁଣା ରୋଗରୁ ମୁକ୍ତି ମିଳିବ । ପରିବାରରେ ହସଖୁ୍ସିର ବାତାବରଣ ଖେଳିଯିବ । ଆଜି ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ମିଳିବ ।
ଶତଭିଷା – ଶିକ୍ଷାରେ ଉତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ । ବଡ କଂପାନିରୁ ଚାକିରି ପାଇଁ ଡାକରା ଆସିବ । ସାମାଜିକ କାର୍ୟ୍ୟରେ ଭାଗନେଇ ଗଠନ ମୂଳକ କାର୍ୟ୍ୟପାଇଁ ପ୍ରସ୍ତୁତି ଆରମ୍ଭ କରିବେ ।
ପୂ , ଭାଦ୍ରପଦ – ନିର୍ବାଚନ କ୍ଷେତ୍ରରେ ଶତୃମାନଙ୍କୁ ମୁକାବିଲା କରି ପାରିବେ । ସମ୍ପତି ବଢାଇବାର ଯୋଜନା ସଫଳ ହେବ । ମହିଳା ମାନେ ଅଳ୍ପ ପ୍ରୟାସରେ କାମ ପୂର୍ଣ୍ଣ କରିବେ
ପ୍ରତିକାର – ରାହୁଙ୍କର ମନ୍ତ୍ର ପାଠ କରି ଦିନ ଆରମ୍ଭ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮