• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 1st April 2023: ଏହି ରାଶି ବ୍ୟକ୍ତିଙ୍କର ଆଜି ଅସଂପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ଶନିବାର । ଚନ୍ଦ୍ର – କର୍କଟ ନିଶାନ୍ତ ୦୪.୪୮ ଗତେ ସିଂହ,ତିଥି – ୧୧ଶୀ ରାତ୍ରି ୦୪.୨୦ ଗତେ ୧୨ଶୀ,ଘାତ ଚନ୍ଦ୍ର – ନିଶାନ୍ତ ୦୪.୪୮ ଗତେ କର୍କଟ, ମକର,ଘାତ ବାର – ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୧ପାଦ- କୃଷିହାନି- ଭୂମିଦାନ ରାତ୍ରି ୦୪.୨୦ ଗତେ ୨ ପାଦ

Aries

ମେଷ

Saturday 01 Apr 2023

ଅଶ୍ୱନୀ- ମାନସିକ ସ୍ଥିତି ସାମାନ୍ୟ ବ୍ୟତିକ୍ରମ ଥାଇ ସୁଦ୍ଧା କର୍ମକ୍ଷେତ୍ରରେ ଅପ୍ରତିଦ୍ୱନ୍ଦ୍ୱୀ ରହିବେ । ଅସମ୍ପୂର୍ଣ୍ଣ କାମ ପୂର୍ଣ୍ଣାଙ୍ଗ କରିବାକୁ ଚେଷ୍ଟା କରିପାରନ୍ତି । ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ।

ଦ୍ୱିଜା- ଅଫିସ୍ କାମରେ କୌଣସି ବ୍ୟକ୍ତି ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ସାମାଜିକ ଜୀବନ ଉନ୍ନତତର ରହିବ । ପଦମର‌୍ୟ୍ୟାଦା ବୃଦ୍ଧି ଘଟିବ ଏବଂ ସଜ୍ଜନମାନଙ୍କ ସଙ୍ଗ ଲାଭକରି ସାମୟିକ ଖୁସୀ ରହିବେ ।

କୃତିକା- ନିଜ ପରିସରରେ ଘଟିଯାଉଥିବା ଘଟଣାରେ ମୁଣ୍ଡ ପୂରାନ୍ତୁ ନାହିଁ । ନିର୍ମାଣାଧୀନ କାମ ଓ ଜମିଜମା ବିବାଦୀୟ ପରିସ୍ଥିତି ସ୍ଥଗିତ ରହିଯିବ।

ପ୍ରତିକାର – ମା ବଗଳାମୂଖିଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :