ସୈାର ମୀନ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀ ୧୯ ତାରିଖ ମଙ୍ଗଳବାର । ଚନ୍ଦ୍ର- ମିଥୁନ ଦିବା ୦୧.୩୭ ଗତେ କର୍କଟ ,ତିଥ- ୧୦ମୀ ରାତ୍ରି ୧୨.୨୨ ଗତେ ୧୧ଶୀ,ଘାତଚନ୍ଦ୍ର- କନ୍ୟା ରାଶିର ଦିବା ୦୧.୩୭ ପର୍ଯ୍ୟନ୍ତ,ଘାତବାର- ମକର ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି ଓ ତିଳକାଞ୍ଚନ ଦାନ ରାତ୍ରି ୦୮.୧୦ ଗତେ ୧ ପାଦ-କୃଷିହାନି-ଭୂମିଦାନ ।
କୃତିକା- ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ପାରିବାରିକ କ୍ଷେତ୍ରରେ ଗୁରୁତ୍ୱ ପୂର୍ଣ୍ଣ ଦାୟିତ୍ୱ ବହନ କରିବେ । ବାଣିଜ୍ୟ- ବ୍ୟବସାୟରେ ସ୍ଥିତି ସୁଦୃଢ ହୋଇଯିବ ।
ରୋହିଣୀ- ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ । ଉପରିସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବା ସହ କର୍ମକ୍ଷେତ୍ରରେ ପୂର୍ଣ୍ଣ ସଫଳତା ପ୍ରାପ୍ତି ହେବ । ପ୍ରେମିକା, ପ୍ରେମିକ ମାନେ ପ୍ରେମ କ୍ଷେତ୍ରରେ ଆଗକୁ ବଢିବେ ।
ମୃଗଶିରା- ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବା ସହ ଋଣ ପରିଶୋଧ କରି ପାରନ୍ତି । ପଡୋଶୀ ମାନେ ଈର୍ଷାପରାୟଣ ହେଲେ ବି କ୍ଷତିକାରୀ ହେବେ ନାହିଁ ।
ପ୍ରତିକାର – ଶ୍ୱେତଚନ୍ଦନ କର୍ପୂରମିଶେଇ ମସ୍ତକରେ ଧାରଣ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬