ସୈାର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ ମଙ୍ଗଳବାର ଚନ୍ଦ୍ର- କୁମ୍ଭ ସନ୍ଧ୍ୟା ୦୬.୨୦ ଗତେ ମୀନ ତିଥି- ୭ମୀ ଦିବା ୦୧.୦୭ ଗତେ ୮ମୀ
ବିଶାଖା- ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ । ଭାତୃ ବିବାଦରୁ ଦୂରେଇ ଯିବ । ପରିବାରରେ ଗୁରୁଜନମାନେ ସନ୍ତାନ ମାନଙ୍କୁ ନେଇ ଚିନ୍ତା କରିପାରନ୍ତି । ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।
ଅନୁରାଧା- ଶିକ୍ଷା କ୍ଷେତ୍ରରେ ଅଧିକ ଅବହେଳା କରିବେ । ରାଜନୀତିରେ ଲୋକ ପ୍ରିୟତା ଦେଖା ଦେବ । ଲକ୍ଷ୍ୟ ହାସଲରେ ସମର୍ଥ ହେବେ ଓ ସଫଳତା ମଧ୍ୟ ପାଇବେ ।
ଜ୍ୟେଷ୍ଠା- ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ପ୍ରଶାସନିକ କ୍ଷେତ୍ରରେ ଉତେଜନା ପରିସ୍ଥିତି ରହିପାରେ । ଘରୋଇ କଳହକୁ ନେଇ ଜମିକୁ ଭାଗ କରି ପାରନ୍ତି ।
ପ୍ରତିକାର – ନୃସିଂହଙ୍କର ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯