ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୯ ତାରିଖ ଶୁକ୍ରବାର । ଚନ୍ଦ୍ର- ସିଂହ ଅହୋରାତ୍ର ,ତିଥ- ୧୧ଶୀ ରାତ୍ରି ୦୮.୦୫ ଗତେ ୧୨ଶୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର,ଘାତବାର- ବିଛା ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ରାତ୍ରି ୦୮.୦୫ ଗତେ ୧ ପାଦ-ପଶୁସମ୍ପଦନାଶ- ଅନ୍ନଦାନ
ପୁନର୍ବସୁ- ଅନ୍ୟର ପରାମର୍ଶ ଆପଣଙ୍କର ଲାଭ ଦାୟକ ହୋଇପାରେ । ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । କାମରେ ନୂଆ ପ୍ରଦର୍ଶନ କରିବେ । କଳାକ୍ଷେତ୍ରରେ ଥିବା ଲୋକ କିଛି ନୂଆ କରିବେ । ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ ।
ପୁଷ୍ୟା- କର୍ମ କ୍ଷେତ୍ରରେ ଶତୃତା ବୃଦ୍ଧି ହୋଇପାରେ । ପ୍ରିୟ ବନ୍ଧୁଙ୍କ ସହିତ ଗପସପରେ ସମୟ ବିତାଇବେ । ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ । ମାଙ୍ଗଳିକ କାର୍ୟ୍ୟରେ ଯୋଗ ଦେଇ ଅଶେଷ ସୁଖ ଲାଭ କରିବେ
ଅଶ୍ଲେଷା- ଧନଲାଭର ସୁଯୋଗ ପାଇବେ । କୈାଣସି କଥାକୁ ନେଇ ଆପଣ ଉତ୍ସାହିତ ରହିବେ । ଚାକିରି ବୃର୍ତିରେ ଭଲ ଶୁଭ ଖବର ପାଇବେ । ସମସ୍ତଙ୍କ ନଜରରେ ଭଲ ହୋଇ ରହିବେ
ପ୍ରତିକାର – ଭୂବନେଶ୍ୱରୀ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨