• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 19th April 2023: ଏହି ରାଶିର ବ୍ୟକ୍ତିଙ୍କର ଆଜି ବ୍ୟବସାୟ ଓ ପରିବହନରେ ସଫଳତା ମିଳିବ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର ।ଚନ୍ଦ୍ର – ମୀନ ରାତ୍ରି ୧୧.୫୩ ଗତେ ମେଷ,ତିଥି – ୧୪ଶୀ ଦିବା ୧୧.୨୪ ଗତେ ଅମାବାସ୍ୟା,ଘାତ ଚନ୍ଦ୍ର – ଧନୁ ରାତ୍ରି ୧୧.୫୩ ଗତେ ମେଷ,ଘାତ ବାର – କର୍କଟ,ପୁଷ୍କର ଦୋଷ – ନାସ୍ତି ।

Libra

ତୁଳା

Wednesday 19 Apr 2023

ଚିତ୍ରା- ଅନିଦ୍ରା, କଠୋର ପରିଶ୍ରମ ଓ ଖାଦ୍ୟପେୟରେ ଅନିୟମିତତା ସ୍ୱାସ୍ଥ୍ୟହାନିର କାରଣ ହେବ । ଅନ୍ୟମାନଙ୍କୁ ବୁଝାଇ କାମ ହାସଲ କରିବା ପାଇଁ ଚେଷ୍ଟା କରିବେ । ବନ୍ଧୁଙ୍କ ଆଦର, ଗୌରବରେ ଅତୀତ ଦୁଃଖକୁ ପାସୋରି ଦେଇପାରନ୍ତି।

ସ୍ୱାତୀ- ଲେଖାପଢ଼ାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରିବେ । ସାମାଜିକ ସ୍ତରରେ ମନର ବଳ ଖୁବ୍ ଟାଣ ରହିବ ଏବଂ ଜିଦ୍ରେ ଅଟଳ ରହିବେ। ସହଯୋଗ କ୍ରମେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ମଧ୍ୟ ହୋଇଯିବ।

ବିଶାଖା- କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଭୁଲ୍ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ । ଛାତ୍ରମାନେ ପାଠ ପଢ଼ାରେ ବହୁତ ଉପକୃତ ହେବେ । ଜମିଜମା ବାଦବିବାଦ କ୍ରମେ ଜଟିଳ ହେବ ।

ପ୍ରତିକାର – ପାରାକୁ କିଛି ଖାଦ୍ୟ ଦେଇ ଖାଦ୍ୟ ଗ୍ରହଣ କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :