• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 18th May 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ନୂତନ ଜମି କ୍ରୟ କରିବାର ଯୋଗ ରହିଛି

ସୌର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୮ ତାରିଖ ଶନିବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୧୦ମୀ ଦିବା ୧୧.୨୩ ଗତେ ୧୧ଶୀ । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି –ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୨.୨୨ ଗତେ ୧ ପାଦ-କୃଷିହାନି-ଭୂମିଦାନ।

Sagittarius

ଧନୁ

Saturday 18 May 2024

ମୂଳା- ପାରିବାରିକ ସମସ୍ୟାକୁ ସମାଧାନ କରିବା ସକାଶେ ଚେଷ୍ଟିତ ହେବେ । ବ୍ୟବସାୟରେ ଆୟବ୍ୟୟ ସମାନ ରହିବ । ଶିକ୍ଷାରେ ଏକାଗ୍ରତା ବୃଦ୍ଧି କରିବାକୁ ଚେଷ୍ଟା କରିବେ ।

ପୂ,ଷାଢା- ରାଜନୀତିରେ ପଦବୀ ପ୍ରାପ୍ତ ହୋଇପାରେ । ବିବାଦୀୟ ଘଟଣାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ । ଚାକିରିରେ ସାମାନ୍ୟ ଅବହେଳା କରିବେ ।

ଉ,ଷାଢା- ନିଜ ମାଲିକାନାରେ ଥିବା ସମ୍ପତ୍ତିକୁ ହସ୍ତାନ୍ତର କରିପାରନ୍ତି । ଆପଣ ଅଧ୍ୟୟନ କରିବାକୁ ବହୁତ ଆଗ୍ରହୀ ହେବେ । ନିଜ ମନରେ ନାକାରତ୍ମକ ଚିନ୍ତାକୁ ଆସିବାକୁ ଦିଅନ୍ତୁ ନାହିଁ।

ପ୍ରତିକାର – ବୃହସ୍ପତିଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :