ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଗୁରୁବାର । ଚନ୍ଦ୍ର – ମେଷ ଅହୋରାତ୍ର ,ତିଥି – ୧୪ଶୀ ରାତ୍ରି ୦୯.୪୩ ଗତେ ଅମାବାସ୍ୟା,ଘାତ ଚନ୍ଦ୍ର – ମେଷ ଅହୋରାତ୍ର,ଘାତ ବାର – ତୁଳା ଓ କୁମ୍ଭ,ପୁଷ୍କର ଦୋଷ – ନାସ୍ତି
ମୃଗଶିରା- ଦେହ ଭଲ ରହିଲେ ମଧ୍ୟ ମନରେ ଭୟ ଦେଖାଦେବ । ଆୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ବିଦେଶରେ ଥିବା ସପଂର୍କୀୟ ଠାରୁ ଶୁଭ ଖବର ପାଇବେ । ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ
ଆଦ୍ରା- କାଅଯୟ ଦକ୍ଷତା ବୃଦ୍ଧି ପାଇବ । ସଭାସମିତିରେ ନିଜର ସୀମା ଭିତରେ ରହିବା ଭଲ ନହେଲେ ସାଧାରଣ କଥାରେ ମଧ୍ୟ ସମସ୍ୟା ଆସିବ । ପାଠ ପଢାରେ ପରିଶ୍ରମ କରିବାକୁ ପଡିବ । ପ୍ରସାସନ କ୍ଷେତ୍ରରେ ଶୁଭ ଫଳ ପାଇବେ
ପୁନର୍ବସୁ- କଳାକାର ମାନଙ୍କୁ ଭଲ ସୁଯୋଗ ମିଳିବ । କଚେରି ମାମଲାର ଶୁଣାଣିରେ ବିଳମ୍ବଜନିତ କ୍ଷୋଭ ପ୍ରକାଶ କରିପାରନ୍ତି । ମହିଳା ମାନଙ୍କର ଜୀବନ ସମସ୍ୟା ବହୁଳ ହୋଇପାରେ
ପ୍ରତିକାର – ପ୍ରଭୂ ଗଣେଷଙ୍କୁ ପୂଜା କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫