• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 18th January 2023: ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିବେ

ସୌର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ। ଇଂରାଜୀରେ ୧୮ ତାରିଖ ବୁଧବାର। ଚନ୍ଦ୍ର– ବିଛା ଅହୋରାତ୍ର। ତିଥି - ୧୧ଶୀ ଦିବା ୦୪.୦୩ ଗତେ ୧୨ଶୀ ।

Pisces

ମୀନ

Wednesday 18 Jan 2023

ପୂ , ଭାଦ୍ରପଦ - ସାଂସାରିକ ଜୀବନ ସୁଖମୟ ହେବ । ବ୍ୟବସାୟରେ ଖର୍ଚ୍ଚକୁ ସୀମିତ କରିବାରେ ସକ୍ଷମ ହେବେ । ଶାରୀରିକ ଅସୁସ୍ଥତା ସୃଷ୍ଟି ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବା ସହ ଆଶା ଆଶ୍ୱାସନା ଲାଭ କରିବେ ।

ଉ , ଭଦ୍ରପଦ - ରାଜନୈତିକ କ୍ଷେତ୍ରରେ ପ୍ରବଳ ଲୋକ ସମର୍ଥନ ମିଳିବ । ବିଶିଷ୍ଟ ବ୍ୟକ୍ତିମାନଙ୍କ ପରାମର୍ଶକ୍ରମେ ଆଜିର କାମ ଗୁଡିକୁ ସବୁ ଠିକ୍ଠିକ୍ ହୋଇଯିବ । ନୂତନ କାର୍ଯ୍ୟ ଆରମ୍ଭ କରି, ତାହା ଶେଷ କରିବାରେ ସମର୍ଥ ହେବେ ।

ରେବତୀ – ଶିକ୍ଷା କ୍ଷେତ୍ରରେ ପରିଣାମ ଅନୁକୂଳ ହେବା ଫଳରେ ବିଦ୍ୟାରେ ଉନ୍ନତି କରିବେ । ପରହାତରେ ଥିବା ଧନ ସହଜରେ ପ୍ରାପ୍ତ ହେବ । ମହିଳା ମାନଙ୍କୁ କୈାଣସି ବ୍ୟକ୍ତିଙ୍କ ସହୟତା ମିଳିବ ।

ପ୍ରତିକାର – ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :