• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th May 2023: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ରାଜନୀତିରେ ମନ ଚାହୁଁଥିବା ପଦବୀ ମିଳିପାରେ

ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ବୁଧବାର । ଚନ୍ଦ୍ର – ମୀନ ପ୍ରାତଃ ୦୭.୩୯ ଗତେ ମେଷ ତିଥି – ୧୩ଶୀ ରାତ୍ରି ୧୦.୨୮ ଗତେ ୧୪ଶୀ ଘାତ ଚନ୍ଦ୍ର – ଧନୁ ପ୍ରାତଃ ୦୭.୩୯ ଗତେ ମେଷ ଘାତ ବାର – କର୍କଟ ପୁଷ୍କର ଦୋଷ – ନାସ୍ତି

Leo

ସିଂହ

Wednesday 17 May 2023

ମଘା- ସାମୟିକ ଭାବରେ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ । ପରିବାରରେ ତିକ୍ତତା ଦେଖାଦେଇ ପାରେ । ବ୍ୟବସାୟରେ ବଡ ବ୍ୟବସାୟୀଙ୍କ ସହ ହାତ ମିଳାଇବେ । ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଂଶସାକୁ ସହି ନପାରି କଟୁ ମନ୍ତବ୍ୟ ଦେଇପାରନ୍ତି

ପୂ- ଫାଲ୍‌ଗୁନୀ- ରାଜନିତିରେ ବିବାଦ ଭିତରକୁ ଟାଣି ହୋଇ ଯାଇ ପାରନ୍ତି । ମହିଳା ମାନେ କୈାଣସି ସଭାରେ ସମ୍ମାନିତ ହେବେ । କର୍ମ କ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସପଂର୍କ ସ୍ଥାପନ କରିବେ । ଖଳ ପ୍ରକୃତିର ଲୋକମାନେ ବିରୋଧୀ ଆଚରଣ କରିପାରନ୍ତି

ଉ- ଫାଲ୍‌ଗୁନୀ- ଛାତ୍ରଛାତ୍ରୀ ମାନେ ପଢାରେ ଅଗ୍ରଗତି କରିବେ । ଜମିଜମାକୁ ନେଇ କୋର୍ଟର ଦ୍ୱାରସ୍ଥ ହେବେ । ହଠାତ୍ କୈାଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ

ପ୍ରତିକାର – ଶ୍ରୀ ମାତଙ୍ଗୀଙ୍କ ପୂଜା କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :