ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶୁକ୍ରବାର । ଚନ୍ଦ୍ର – ଧନୁ ଦିବା ୧୦.୧୭ ଗତେ ମକର,ତିଥି – ୧୦ ମୀ ଦିବା ୦୨.୦୭ ଗତେ ୧୧ଶୀ,ଘାତ ଚନ୍ଦ୍ର – ତୁଳା ଓ କୁମ୍ଭ ଦିବା ୧୦.୧୭ ଗତେ ସିଂହ,ଘାତ ବାର- ବିଛା , ଧନୁ ଓ ମୀନ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୦୨.୪୫ ପର୍ଯ୍ୟନ୍ତ
ମଘା- ସ୍ୱାର୍ଥ ପ୍ରବୃତିର ଶୀକାର ହୋଇ ବନ୍ଧୁ ମିତ୍ରଙ୍କ ସହ ହସ ଖୁସିର ବାତାବରଣ ସୃଷ୍ଟି ହେବ । ଜୀବନରେ ନୂଆଲକ୍ଷ ନିର୍ଦ୍ଧାରିତ କରିବା ପାଇଁ ମନ ଲଗାଇ କାର୍ୟ୍ୟ କରିବେ । ପ୍ରେମିକା ସହିତ ବାହାରକୁ ବୁଲି ଯାଇ ପାରନ୍ତି
ପୂ- ଫାଲ୍ଗୁନୀ- ବ୍ୟବସାୟରେ ଦୂରସ୍ଥାନକୁ ଯାତ୍ରା କରିବା ଦ୍ୱାରା ବହୁତ ଲାଭ ମିଳିବ ଓ ଧନ ପ୍ରାପ୍ତି ହେବ । ର।ଜନୈତିକ କ୍ଷେତ୍ରରେ ବାଦବିବାଦ ଠାରୁ ଦୂରେଇ ରହିବେ । ସରକାରି ସହୟତା ପାଇବେ ବା ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁକମ୍ପା ହାସଲ କରିବେ
ଉ- ଫାଲ୍ଗୁନୀ- ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବା ସହ ମନ ଖୁସି ରହିବ । ମାଲିମକନ୍ଦମାରେ ଆପଷ ସମାଧାନର ରାସ୍ତା ଖୋଲିଯିବ । ମହିଳା ମାନେ ଜିନିଷ କିଣିବାକୁ ସହରକୁ ଯାଇ ପାରନ୍ତି । ମୂଲ୍ୟବାନ୍ ଜିନିଷ ଚୋରି ହୋଇପାରେ
ପ୍ରତିକାର – ଦହି ଖାଇ ଘରୁ ବାହାରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧